Odia News Portal

ଡେଲଟାପ୍ଲସ ଘାତକ ନୁହେଁ: ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ୱର: ଜିନମ ସିକ୍ୟୁଏନ୍ସି ଓ ଡେଲ୍ଟା ପ୍ଲସ ମ୍ୟୁଟସେନ ନେଇ ଆଇଏଲଏସ ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି, ସାରା ଦେଶରେ ୪୬ ହଜାର ଓ ଓଡିଶାରୁ ପ୍ରାୟ ୧୧ ଶହ ସିକ୍ୟୁଏନ୍ସି ହୋଇଛି । ଆଇଏଲଏସରେ କେବଳ ଗୋଟିଏ ଡେଲ୍ଟା ପ୍ଲସ ମ୍ୟୁଟେସନ ଚିହ୍ନଟ କରିଛୁ । ଏହା ଗୋଟିଏ ମ୍ୟୁଟେସନ, ସାଂଘାତିକ ହୋଇଥିଲେ ବହୁତ ମିଳନ୍ତାଣି । ଏପ୍ରିଲରେ ମିଳିଥିଲା । ଆଉ ଏହି ଷ୍ଟ୍ରେନ ମିଳିନି । ତାହେଲେ ସ୍ପ୍ରେଡ ହୋଇନି । ଆଗାମୀ ଦିନରେ ଏହା କେତେ ପ୍ରଭାବ ରଖିବ ରିସର୍ଚ୍ଚ ଚାଲିଛି । ଟିକା ନେବା ପରେ କେତେ ସଂକ୍ରମିତ ହେଉଛନ୍ତି ଜାଣିବାକୁ ତର୍ଜମା ଚାଲିଛି । ଟିକା ନେବା ପରେ ଆଇଏଲଏସରେ ୧୦/୧୨ ଜଣ ସଂକ୍ରମିତ ହୋଇଥିଲେ । ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କୁ ଛାଡି କେହି ହସ୍ପିଟାଲରେ ଭର୍ତ୍ତି ହୋଇନାହାନ୍ତି । ତେଣୁ ଟିକାର ନିଶ୍ଚିତରେ ଭଲ ପ୍ରଭାବ ରହିଛି ।

ଆଇଏଲଏସ୍ ନିର୍ଦ୍ଦେଶକ କହିଛନ୍ତି ଯେ, ଆଇଏଲଏସରେ ଜାନୁଆରୀରୁ ଜିନୋମ ସିକ୍ଵେନ୍ସିଂ କରାଯାଇଥିଲା। ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଭଳି ୪ ରାଜ୍ୟରୁ ୩୮୦୦ ସାମ୍ପୁଲ ଜିନୋମ ସିକ୍ୟୁଏନିସିଂ ପାଇଁ ସଂଗ୍ରହ କରାଯାଇଥିଲା । ସେଥି ମଧ୍ୟରୁ ଓଡ଼ିଶାରୁ ୧୧୦୦ ସାମ୍ପୁଲ ସଂଗ୍ରହ ହୋଇଥିଲା । ଯେଉଁଥିରୁ ମାତ୍ର ଗୋଟିଏ ଡେଲଟା ପ୍ଲସ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସମଗ୍ର ଦେଶରୁ ୪୬ ହଜାର ସାମ୍ପୁଲ ସଂଗ୍ରହ କରାଯାଇ ଥିଲା, ସେଥି ମଧ୍ୟରୁ ୪୮ଟି କେସ ସାମ୍ନାକୁ ଆସିଛି ଯାହା ମାତ୍ର ୦.୦୧ ପ୍ରତିଶତ । ଆଗାମୀ ଦିନରେ ଏହା କେତେ ପ୍ରଭାବ ରଖିବ ତାହା ଉପରେ ରିସର୍ଚ୍ଚ ଚାଲିଛି । ମାତ୍ର ଆମକୁ ସତର୍କ ହୋଇ ରହିବାକୁ ପଡ଼ିବ । ଯଦି ଆମେ ସତର୍କ ନ ରହିବା ତେବେ ଭାଇରସକୁ ଆମେ ଆମନ୍ତ୍ରଣ କରିବା ଭଳି ହେବ ।