Odia News Portal

ଇମାରାନ ଲୁଚାଇଲେ ଝିଅର ବାପା ହେବା ତଥ୍ୟ

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବିରୋଧରେ ଲାହୋର ହାଇକୋର୍ଟରେ ଏକ ଅଭିଯୋଗ ଦାଖଲ ହୋଇଛି। ଅଦାଲତ ଏହି ଅଭିଯୋଗକୁ ସ୍ବୀକାର କରିଥିବା ବେଳେ ଏନେଇ ସୋମବାର ଦିନ ଶୁଣାଣି ହେବ ବୋଲି କୁହାଯାଇଛି। ଅଭିଯୋଗରେ କୁହାଯାଇଛି କି, ପିଏମ୍ ଇମରାନ ନିଷ୍ଠାବାନ ଏବଂ ଧର୍ମପରାୟଣ ନୁହଁନ୍ତି। କାରଣ ସେ ୨୦୧୮ ମସିହାର ନିର୍ବାଚନ ସମୟରେ ନାମାଙ୍କନ ପତ୍ରରେ ଗୋଟିଏ ଝିଅର ପିତା ବୋଲି ଉଲ୍ଲେଖ କରିନଥିଲେ।

ପାକିସ୍ତାନର ଏକ ଖବର କାଗଜରେ ଲେଖାଯାଇଥିବା ରିପୋର୍ଟ ମୁତାବକ, ହାଇକୋର୍ଟ ଶୁଣାଣି ପାଇଁ ଅଭିଯୋଗକୁ ସ୍ବୀକାର କରିଛନ୍ତି। ଯେଉଁଥିରେ ଇମରାନ ସମ୍ବିଧାନର ଧାରା ୬୨ ଏବଂ ୬୩ରେ ବର୍ଣ୍ଣିତ ନିୟମକୁ ଉଲଂଘନ କରିଛନ୍ତି। ଫଳରେ ସେ ସାଂସଦର ସଦସ୍ୟ ହେବା ପାଇଁଥିବା ମୁଖ୍ୟ ନିୟମକୁ ଉଲଂଘନ କରିଥିବା ଜଣାପଡିଛି।

ଅଭିଯୋଗରେ ଦାବି କରାଯାଇଛି, ୨୦୧୮ ମସିହାର ନିର୍ବାଚନ ପାଇଁ ଦାଖଲ କରାଯାଇଥିବା ନାମାଙ୍କନ ପତ୍ରରେ ଇମରାନ ଖାନ, ଟାୟରିନ ଜେଡ଼ ଖାନଙ୍କ କଥିତ ପିତା କଥାକୁ ଲୁଚାଇଛନ୍ତି। ଏନେଇ ଲାହୋର ହାଇକୋର୍ଟ ଇମରାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବାହାର କରାଯାଉ ବୋଲି ଆବେଦନ କରିଛି। ଆପଣଙ୍କୁ କହିବାକୁ ଚାହିଁବୁ, ଜାନୁଆରୀ ୨୧ ତାରିଖରେ ଇସଲାମାବାଦର ହାଇକୋର୍ଟ ଏଭଳି ଏକ ଅଭିଯୋଗକୁ ଭୁଲ ପ୍ରମାଣିତ କରିଥିଲା। କାରଣ ସେଥିରେ କିଛି ବ୍ୟକ୍ତିଗତ ମାମଲା ସାମିଲ ରହିଥିଲା।