Odia News Portal

ଚକାଡୋଳାକୁ ଦେଖିପାରିବେ ଭକ୍ତ

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ଖୋଲିବାର ରସ୍ତା ଖୋଲିଯାଇଛି । ରାଜ୍ୟ ସରକାର ଅଗଷ୍ଟ ମାସ କୋଭିଡ୍‌ ମାର୍ଗଦର୍ଶିକାରେ ଏଭଳି ସୂଚନା ଦେଇଛନ୍ତି । ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବା ନଖୋଲିବା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଉପରେ ଛାଡ଼ି ଦେଇଛନ୍ତି ରାଜ୍ୟ ସରକାର । ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମିଳିତ ଆଲୋଚନା ପରେ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ନିଆଯିବ । ଏଥିପାଇଁ ଶ୍ରୀମନ୍ଦିର ସମନ୍ୱୟ କମିଟି ବୈଠକ ଆସନ୍ତା ୪ ତାରିଖରେ ଡକାଯାଇଛି । ୱେବିନାରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ବରିଷ୍ଠ ସେବାୟତମାନେ ଭାଗ ନେବେ । ବୈଠକ ବିଚାର ବିମର୍ଶ ପରେ କେଉଁ ସବୁସର୍ତ୍ତରେ ଭକ୍ତଙ୍କୁ ଶ୍ରୀମନ୍ଦିର ଦର୍ଶନ ପ୍ରବେଶ ଅନୁମତି ମିଳିବ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ ।

ଯାହା ସୂଚନା ମିଳୁଛି ସପ୍ତାହାନ୍ତ ଲକ୍‌ଡାଉନ ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ବ୍ୟାରିକେଡ ଭିତରେ ଧାଡ଼ି ଦର୍ଶନକୁ ଗୁରୁତ୍ୱ ଦିଆଯିବ । ପ୍ରବେଶ ପୂର୍ବରୁ ମାସ୍କ ପିନ୍ଧିବେ, ହାତ ଧୋଇବେ । ବାହାର କାଠରେ ପ୍ରଭୁଙ୍କ ଦର୍ଶନ କରିବେ । ଏହି ସବୁ ପୂରୁଣା ସର୍ତ୍ତକୁ ପ୍ରଶାସନ ଲାଗୁ କରିବ । ଏହା ବ୍ୟତୀତ ଶ୍ରୀମନ୍ଦିରକୁ ଦର୍ଶନ ପ୍ରବେଶ ନିମନ୍ତେ ଦୁଇ ଡୋଜ୍‌ କୋଭିଡ୍‌ ଟିକା ନେଇଥିବାର ପ୍ରମାଣପତ୍ର ବାଧ୍ୟତାମୂଳକ ହେବା ଭଳି ଅତିରିକ୍ତ କଟକଣା ଲାଗୁ ହେବାର ଆଭାସ ମିଳିଛି ।