Odia News Portal

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଡେ’ ନାଇଟ ଟେଷ୍ଟ ପାଇଁ ଦଳ ଘୋଷଣା

କାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ପ୍ରଥମ ଡେ’ ନାଇଟ ଟେଷ୍ଟ । ଏହି ଡେ’ ନାଇଟ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ୧୧ ଜଣିଆ ଦଳ ଘୋଷଣା ହୋଇସାରିଛି । ପ୍ରଥମ ଦିନିକିଆ ମ୍ୟାଚ ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଦଳ ଅଷ୍ଟ୍ରେଲିଆ କ୍ରିକେଟରଙ୍କୁ ପିଙ୍କ୍ ବଲ ଚ୍ୟାଲେଞ୍ଜ ଦେବେ । ତେବେ ଏହି ଟେଷ୍ଟ ମ୍ୟାଚରେ ରିଷବ ପନ୍ତଙ୍କୁ ସ୍ଥାନ ମିଳିନାହିଁ । ତେଣୁ ରିଦ୍ଧିମାନ ଶାହା ୱିକେଟ କିପର ଦାୟିତ୍ୱ ସମ୍ଭାଳିବେ । ଏହାସହ ଶୁଭମନ ଗିଲଙ୍କୁ ମଧ୍ୟ ୧୧ ଜଣିଆ ଦଳରେ ସ୍ଥାନ ମିଳିନାହିଁ ।ତେବେ ଦଳର ଅନେକ ଖେଳାଳି ଆହତ ଅଛନ୍ତି ।

ଏହି ମ୍ୟାଚ୍‌ରେ ‘ଜୋସ୍ ହେଜଲବୁଉ ବନାମ ମହମ୍ମଦ ଶାମି’ ମ୍ୟାଚ୍ ମଧ୍ୟ ଅତ୍ୟନ୍ତ ରୋମାଞ୍ଚକର ହେବ। ଇଶାନ୍ତ ଶର୍ମାଙ୍କ ପରି ଅଭିଜ୍ଞ ସ୍ପିଡ଼ ବୋଲର ଭାରତୀୟ ଦଳରେ ସାମିଲ ହୋଇନାହାନ୍ତି। ତେବେ ଦଳରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ମୟଙ୍କ ଅଗ୍ରୱାଲଙ୍କ ସହ କିଏ ଓପନିଂ କରିବ ତାକୁ ନେଇ ଚର୍ଚ୍ଚା ହେଉଥିଲା । ହେଲେ ପୃଥୀ ଶ’ଙ୍କ ଉପରେ ଭରସା ରଖିଛି ଦଳ । ନ୍ୟୁଜିଲାଣ୍ଡ ଗସ୍ତ ପରଠୁ ଆଇପିଏଲରେ ପୃଥୀ ଶ’ଙ୍କ ପ୍ରଦର୍ଶନ ଏତେ ଭଲ ରହିନଥିଲା । ତେବେ ଏହି ଟେଷ୍ଟ ତାଙ୍କ ପାଇଁ ଭଲ ଯିବ ବୋଲି ଆଶା କରାଯାଉଛି ।

ଭାରତୀୟ ଦଳରେ ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପୃଥ୍ବୀ ଶ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଉପ ଅଧିନାୟକ), ହନୁମା ବିହାରୀ, ରିଦ୍ଧିମାନ ସାହା (ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, ଉମେଶ ଯାଦବ, ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା ଆଦି ଖେଳାଳି ସ୍ଥାନ ପାଇଛନ୍ତି |