Odia News Portal

ବିଜୟ ବାଟରେ ବିରାଟ ବାହିନୀ

ଓଭାଲ: ବିଜୟ ପଥରେ ଭାରତ । ଚତୁର୍ଥ ଟେଷ୍ଟ ବିଜୟ ପଥରେ ରହିଛି ବିରାଟ ବାହିନୀ । ଶେଷ ଦିନରେ ଘରୋଇ ଇଂଲଣ୍ଡକୁ ୨୯୧ ରନର ବିଜୟ ଲକ୍ଷ୍ୟ ରହିଥିଲା । ତେବେ ପ୍ରତମରୁ ଭଲ ବ୍ୟାଟିଂ ଜାରି ରଖିଥିଲେ ଓପନର ବ୍ୟାଟ୍ସମ୍ୟାନ । ୧୦୦ ରନର ପାଟନରସିପ କରିଥିଲେ । ତେବେ ପରେ ଭାରତର ଦୃଢ଼ ବୋଲିଂ ଆଗରେ ମୁଣ୍ଡ ନୁଅାଁଇଛନ୍ତି ଇଂଲଣ୍ଡ ବ୍ୟାଟ୍ସମ୍ୟାନ । ସଦ୍ୟ ସୂଚନା ମୁତାବକ ୧୫୦ ରନରେ ଇଂଲଣ୍ଡ ରନ କରି ୬ଟି ୱିକେଟ ହରାଇ ସାରିଲାଣି । ରବିନ୍ଦ୍ର ଜାଡେଜା ୨ଟି, ବୁମରା ୨ଟି, ସାର୍ଦ୍ଧୁଲ ଠାକୁର ଗୋଟିଏ ଲେଖାଏଁ ୱିକେଟ ନେଇଥିବା ବେଳେ ଗୋଟିଏ ରନ ଆଉଟ ରହିଛି । ତେବେ ଭାରତକୁ ଜିତିବା ଲାଗି ଆଉ ମାତ୍ର ୪ଟି ୱିକେଟର ଆବଶ୍ୟକ ରହିଛି ।