Odia News Portal

ସ୍ମିଥଙ୍କ ଶତକ ସତ୍ତ୍ୱେ ଅଷ୍ଟ୍ରେଲିଆ ୩୩୮, ଭାରତ ୨/୯୬

ସିଡନୀ: ଭାରତ ଓ ଅଷ୍ଟ୍ରେଲିଅ। ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଦିବସ ଅଷ୍ଟ୍ରେଲିଅ। ନାଁରେ ରହିଥିବା ବେଳେ ଦ୍ୱିତୀୟ ଦିବସରେ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଜବରଦସ୍ତ କମବ୍ୟାକ୍ କରିଛି ଭାରତ । ଷ୍ଟିଭ୍ ସ୍ମିଥଙ୍କ ଶତକ ଓ ମାର୍ନସ ଲାବୁଶେନଙ୍କ ଲଢ଼ୁଆ ଇନିଂସ ସତ୍ତ୍ୱେ ଅଷ୍ଟ୍ରେଲିଅ। ପ୍ରଥମ ଇନିଂସରେ ୩୩୮ ରନ୍ କରି ଅଲଅ।ଉଟ୍ ହୋଇଛି । ଜବାବରେ ଭାରତ ଦିବସର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୯୬ ରନ୍ କରିଛି । ଷ୍ଟମ୍ପ ଅପସାରଣ ବେଳକୁ ଚେତେଶ୍ୱର ପୂଜାରା ୯ ଓ ଅ।ଜିଙ୍କ୍ୟ ରାହାଣେ ୫ ରନରେ ବ୍ୟାଟିଂ କରୁଥିଲେ । ଭାରତ ୨୪୨ ରନରେ ପଛୁଅ। ଥିବା ବେଳେ ହାତରେ ୮ ୱିକେଟ୍ ବାକି ରହିଛି ।

ଅଷ୍ଟ୍ରେଲିଆର ୩୩୮ ରନ୍ ଜବାବରେ ଭାରତକୁ ଭଲ ଷ୍ଟାର୍ଟ ଦେଇଥିଲେ ରୋହିତ ଶର୍ମା ଓ ଶୁଭମନ ଗିଲ୍ । ଦୁହେଁ ପ୍ରଥମ ୱିକେଟ୍ ପାଇଁ ୭୦ ରନର ଭାଗିଦାରୀ କରି ଭାରତର ଦୃଢ଼ ମୂଳଦୁଅ। ପକାଇଥିଲେ । କମବ୍ୟାକ୍ କରିଥିବା ରୋହିତ ଚୌକା ଓ ଛକା ମାରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । କିନ୍ତୁ ସେ ବେଶୀ ସମୟ କ୍ରିଜରେ ତିଷ୍ଠିପାରି ନଥିଲେ । ଟିମର ସ୍କୋର ୭୦ ଥିବା ବେଳେ ରୋହିତ ଘରୋଇ ଦଳର ଯୁବ ପେସର୍ ଜୋଶ୍ ହେଜଲଉଡଙ୍କୁ ଫଲୋ ଥ୍ରୁ କ୍ୟାଚ୍ ଦେଇବସିଥିଲେ ।

ରୋହିତ ୭୭ ବଲରେ ୩ ଚୌକା ଓ ୧ ଛକା ସହ ୨୬ ରନ୍ କରି ଅ।ଉଟ୍ ହୋଇଥିଲେ । ଅନ୍ୟତମ ଓପନର ଗିଲ୍ ଅ।କର୍ଷଣୀୟ ବ୍ୟାଟିଂ କରି ୧୦୦ ବଲରେ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ । କିନ୍ତୁ ପରବର୍ତ୍ତୀ ବଲରେ ତାଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଦୁନିଅ।ର ଏକ ନମ୍ବର ବୋଲର ପ୍ୟାଟ୍ କମିନ୍ସ । କମିନ୍ସଙ୍କ ଆଉଟ୍ ସୁଇଂ ବଲରେ ଗିଲ୍ ସ୍ଲିପରେ ଫିଲ୍ଡିଂ କରୁଥିବା କାମେରନ୍ ଗ୍ରୀନଙ୍କୁ କ୍ୟାଚ୍ ଦେଇ ବସିଥିଲେ । ଆଉଟ୍ ହେବା ପୂର୍ବରୁ ଗିଲ୍ ୧୦୧ ବଲରେ ୮ ଚୌକା ସହ ୫୦ ରନର ଇନିଂସ୍ ଖେଳିଥିଲେ । ଏହା ପରେ ଭାରତର ଦୁଇ ଅଭିଜ୍ଞ ପୂଜାରା ଓ କ୍ୟାପଟେନ୍ ରାହାଣେ ଦଳକୁ ଅ।ଉ କ୍ଷତି ହେବାକୁ ଦେଇନଥିଲେ । ଦୁହେଁ ପ୍ରାୟ ୧୩ ଓଭର ବ୍ୟାଟିଂ କରିଥିଲେ । ଅଷ୍ଟ୍ରେଲିଅ। ପକ୍ଷରୁ ହେଜଲଉଡ୍ ଓ କମିନ୍ସ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଛନ୍ତି ।

୨ୟ ଦିବସରେ ଅଷ୍ଟ୍ରେଲିଅ। ତା’ର ପୂର୍ବଦିନର ସ୍କୋର ୧୬୬/୨ରୁ ଖେଳ ଅ।ରମ୍ଭ କରିଥିଲା । ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଲାବୁଶେନ୍ ଓ ସ୍ମିଥ୍ ଦଳର ସ୍କୋରକୁ ୨୦୦ରେ ପହଞ୍ଚାଇଥିଲେ । ଲାବୁଶେନ୍ ଶତକ ଅ।ଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ଅ।ଉଟ୍ କରିଥିଲେ ରବୀନ୍ଦ୍ର ଜାଡେଜା । ୭୧ତମ ଓଭରର ପଞ୍ଚମ ବଲରେ ଜାଡେଜାଙ୍କ ବଲରେ ଲାବୁଶେନ୍ ସ୍ଲିପରେ ରାହାଣେଙ୍କ ଦ୍ୱାରା ଧରାପଡ଼ିଥିଲେ । ଲାବୁଶେନ୍ ୧୯୬ ବଲର ସାମ୍ନା କରି ୧୧ ଚୌକା ସହ ୯୧ ରନ୍ କରିଥିଲେ । ଏହା ପରେ ସ୍ମିଥ୍ ଏକାକୀ ଦଳ ପାଇଁ ଲଢ଼ିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ତାଙ୍କୁ ସହଯୋଗ କରିନଥିଲେ ।ମାଥ୍ୟୁ ୱେଡ୍ ପୁଣିଥରେ ନିରାଶ କରି ମାତ୍ର ୧୩ ରନ୍ କରି ଜାଡେଜାଙ୍କ ଶିକାର ହୋଇଥିଲେ ।

ଅଲରାଉଣ୍ଡର କାମେରନ୍ ଗ୍ରୀନ୍ ଓ ପ୍ୟାଟ୍ କମିନ୍ସ ଖାତା ଖୋଲିପାରିନଥିବା ବେଳେ କ୍ୟାପଟେନ୍ ଟିମ୍ ପେନ୍ ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ ।ତେବେ ମିଚେଲ୍ ଷ୍ଟାର୍କଙ୍କ ସହ ମିଶି ସ୍ମିଥ୍ ନିଜର ୨୭ତମ ଶତକ ପୂରଣ କରିଥିଲେ । ଷ୍ଟାର୍କ ୨୪ ରନ୍ କରି ଡେବ୍ୟୁଟାଣ୍ଟ ନବଦୀପ ସାଇନିଙ୍କ ବଲରେ ଆଉଟ୍ ହୋଇଥିବା ବେଳେ ନାଥନ ଲିୟନ୍ କୌଣସି ରନ୍ କରିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ । ଶେଷ ୱିକେଟ୍ ପାଇଁ ସ୍ମିଥ୍ ଓ ହେଜଲଉଡ୍ ୨୩ ରନ୍ ଯୋଡ଼ିଥିଲେ । ସ୍ମିଥ୍ ୧୩୧ (୨୨୬ ବଲ୍, ୧୬ ଚୌକା) ରନ୍ କରିଥିବା ବେଳେ ଜାଡେଜାଙ୍କ ସିଧାସଳଖ ଥ୍ରୋ’ରେ ରନଅ।ଉଟ୍ ହୋଇଥିଲେ । ଏଥିସହ ଅଷ୍ଟ୍ରେଲିଅ।ର ପ୍ରଥମ ଇନିଂସ ୩୩୮ ରନରେ ଶେଷ ହୋଇଥିଲା । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ଟି, ଯଶପ୍ରୀତ ବୁମରା ଓ ଡେବ୍ୟୁଟାଣ୍ଟ ନବଦୀପ ସାଇନି ୨ଟି ଲେଖାଏ ୱିକେଟ୍ ନେଇଛନ୍ତି । ମହମ୍ମଦ ସିରାଜ୍ ଗୋଟିଏ ସଫଳତା ପାଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ନିରାଶ ହେବାକୁ ପଡ଼ିଛି ।