Odia News Portal

ସୂର୍ଯ୍ୟଙ୍କ ଚମକରେ ଇଂଲଣ୍ଡ ଚିତପଟାଙ୍ଗ

୮ ରନରେ ଜିତିଲା ଭାରତ , ସିରିକ ସ୍ଥିତି ୨-୨

ଅହମଦାବାଦ : ‘କର ବା ମର’ ମ୍ୟାଚରେ ଭାରତ ସଫଳ ହୋଇଛି । ଆଜି ଅନୁଷ୍ଠିତ ଏକ ରୋମାଞ୍ଚକର ମ୍ୟାଚରେ ଭାରତ ୮ ରନ୍ରେ ଇଂଲଣ୍ଡକୁ ପରାସ୍ତ କରିଛି । ଫଳରେ ସିରିଜ ସ୍ଥିତି ୨-୨କୁ ଆସିଛି । ଆସନ୍ତା ୨୦ ତାରିଖ ଦିନ ୫ମ ତଥା ଫାଇନାଲ ମ୍ୟାଚ୍ ହେବ । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୮୫ ରନ୍ କରିଥିବାବେଳେ ପଛରେ ବ୍ୟାଟିଂ କରି ଇଂଲଣ୍ଡ ୮ ୱିକେଟ ହରାଇ ୧୭୭ ରନ୍ କରିଥିଲା


ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟସ ଅ ।ୟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏଠାରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରେ ୨୦ ଓଭରରେ ୮ ୱିକେଟ୍ ହରାଇ ୧୮୫ ରନ୍ କରିଥିଲା । ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଜବରଦସ୍ତ ବ୍ୟାଟିଂ କରି ୫୭ (୩୧ ବଲ୍, ୬ ଚୌକା ଓ ୩ ଛକା) ରନ୍ ଓ ଅ ।ୟର୍ ୧୮ ବଲରେ ୩୭ ରନର ଇନିଂସ୍ ଖେଳିଛନ୍ତି ।
ମ୍ୟାଚରେ ପୁଣିଥରେ ଟସ୍ ଇଂଲଣ୍ଡ କ୍ୟାପଟେନ୍ ଇଅନ୍ ମୋର୍ଗାନଙ୍କ ସପକ୍ଷରେ ଯାଇଥିଲା । ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ରୋହିô ଶର୍ମାଙ୍କ ସହ ଲୋକେଶ ରାହୁଲ ଓପନ୍ କରିବାକୁ ଆସିଥିଲେ । ଇଂଲଣ୍ଡ ପ୍ରଥମ ଓଭରରେ ସ୍ପିନର ଅ ।ଦିଲ୍ ରଶିଦଙ୍କୁ ବୋଲିଂ କରିବାକୁ ଦେଇଥିଲାୟ ରୋହିô ମ୍ୟାଚର ପ୍ରଥମ ବଲରେ ଛକା ମାରି ଜବରଦସ୍ତ ଶୁଭାରମ୍ଭ କରିଥିଲେ । କିନ୍ତୁ ରୋହିତ ଏହି ଲୟକୁ ବଜାୟ ରଖିପାରିନଥିଲେ । ରୋହିତ ୧୨ ରନ୍ କରିଥିବା ବେଳେ ଜୋଫ୍ରା ଅ ।ର୍ଚରଙ୍କ ବଲରେ କଟ୍ ଅ ।ଣ୍ଡ ବୋଲ୍ଡ ହୋଇଥିଲେ ।
ରୋହିତଙ୍କ ସ୍ଥାନରେ ଅ ।ସିଥିବା ସୂର୍ଯ୍ୟକୁମାର ଯାଦବ ନିଜର ପ୍ରଥମ ବଲରେ ଅ ।ର୍ଚରଙ୍କୁ ଛକା ମାରି ଅ ।ରମ୍ଭ କରିଥିଲେ । ତେବେ ଲଗାତର ଖରାପ ଫର୍ମରେ ଥିବା ରାହୁଲ ମଧ୍ୟ କିଛି ଖାସ କରିପାରିନଥିଲେ । ରାହୁଲ ମାତ୍ର ୧୪ ରନ୍ କରି ବେନ୍ ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ । କ୍ରଗାଗତ ଦୁଇଟି ମ୍ୟାଚରେ ଅପରାଜିତ ଥିବା କ୍ୟାପଟେନ୍ ବିରାଟ୍ କୋହଲି ନିରାଶ କରିଥିଲେ । କୋହଲି ୧ ରନ୍ କରି ରଶିଦଙ୍କ ବଲରେ ଅ ।ଉଟ୍ ହୋଇଥିଲେ । ତେବେ ପଦାର୍ପଣ ମ୍ୟାଚରେ ବ୍ୟାଟିଂ ସୁଯୋଗ ପାଇନଥିବା ସୂର୍ଯ୍ୟକୁମାର ନିଜର ଦ୍ୱିତୀୟ ମୁକାବିଲାରେ ଚମକ୍ରାର ବ୍ୟାଟିଂ କରିଥିଲେ । ଅ ।ଇପିଏଲ୍ ଓ ଘରୋଇ କ୍ରିକେଟରେ ପ୍ରଚୁର ରନ୍ କରିଥିବା ସୂର୍ଯ୍ୟକୁମାର ମାତ୍ର ୨୮ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ । ତାଙ୍କୁ ଭରପୂର ସାଥ୍ ଦେଇଥିଲେ ଋଷଭ ପନ୍ତ । ଦୁହେଁ ଚତୁର୍ଥ ୱିକେଟ ପାଇଁ ୪୦ ରନ୍ ଯୋଡ଼ିଥିଲେ । ସାମ୍ କୁରାନଙ୍କ ଓଭରରେ କ୍ରମାଗତ ଦ୍ୱିତୀୟ ଛକା ମାରିବା ପ୍ରୟାସରେ ସୂର୍ଯ୍ୟକୁମାର ବାଉଣ୍ଡ୍ରୀରେ ଧରା ପଡ଼ିଥିଲେ । ଏହି କ୍ୟାଚକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଅମ୍ପାୟାର୍ସ କଲ କାରଣରୁ ନିଷ୍ପତ୍ତି ବଳବତ୍ତର ରହିଥିଲା ।ପନ୍ତ ୨୩ ବଲରେ ୪ ଚୌକା ସହ ୩୦ ରନ୍ କରି ଅ ।ଉଟ୍ ହୋଇଥିଲେ । ଶ୍ରେୟସ ଅ ।ୟର୍ ଦ୍ରୁତ ରନ୍ କରିଥିଲେ ହେଁ ଅନ୍ତିମ ଓଭରରେ ତାଙ୍କୁ ଅ ।ର୍ଚର ଅ ।ଉଟ୍ କରି ଭାରତ ରନରେ ଅଙ୍କୁଶ ଲଗାଇଥିଲେ । ଅ ।ୟର୍ ୧୮ ବଲରେ ଦ୍ରୁତ ୩୭ (୫ ଚୌକା ଓ ୧ ଛକା) ରନ୍ କରିଥିଲେ । ଇଂଲଣ୍ଡ ପକ୍ଷରୁ ଅ ।ଚର୍ର୍ ୩୩ ରନ୍ ଦେଇ ୪ଟି ୱିକେଟ ନେଇଥିଲେ ।
ଜବାବରେ ଇଂଲଣ୍ଡ ଗତ ମ୍ୟାଚର ହିରୋ ବଟଲର (୯)ଙ୍କୁ ଆଉଟ୍ କରିଥିଲେ ଭୁବନେଶ୍ୱର କୁମାର । ସେହିପରି ଡି. ମଲାନ୍ (୧୪) ମଧ୍ୟ ଅଧିକ ସମୟ ତିଷ୍ଠି ରହିପାରିନଇଥିଲେ । ଅନ୍ୟପକ୍ଷରେ ଜାସନ ରୟ ଧୂଅାଁଧାର ବ୍ୟାଟିଂ କରି ୨୭ ବଲରୁ ୪୦ ରନ୍ କରି ପାଣ୍ଡ୍ୟାଙ୍କ ଶିକାର ହୋଇଥିଲେ । ତେବେ ଚତୁର୍ଥ ୱିକେଟ ପାଇଁ ବେୟାରଷ୍ଟୋ ଓ ବେନଷ୍ଟୋକସ ୬୫ ରନ୍ ଯୋଗ କରିଥିଲେ । ଷ୍ଟୋକ୍ସ ଅଧିକ ଆକ୍ରମଣାତ୍ମକଶୈଳୀରେ ବ୍ୟାଟିଂ କରି ଭାରତୀୟ ବୋଲିଂ ଶିବିରରେ ଭୟ ଖେଳାଇ ଦେଇଥିଲେ । ସେ ୨୩ ବଲରୁ ୪ ଚୌକା, ୩ ଛକା ବଳରେ ୪୬ ରନ୍ କରିଥିଲେ । ବେୟାରଷ୍ଟୋ ୨୫ ରନ୍ କରିଥିଲେ । ଫଳରେ ଭାରତର ପରାଜୟ ଆଶଙ୍କା ସୃଷ୍ଟି ହୋଇଥିଲା । ମାତ୍ର ୧୬ତମ ଓଭରର ପ୍ରଥମ ଦୁଇ ବଲ୍ରେ ଷ୍ଟୋକ୍ସ ଓ ଅଧିନାୟକ ଇଅନ୍ ମୋର୍ଗାନ (୪)ଙ୍କୁ ଆଉଟ୍ କରି ସର୍ଦ୍ଦୁଲ ଠାକୁର ବଡ ସଫଳତା ଦେଇଥିଲେ । ପରେ ବଡ ସଟ୍ ଖେଳିବାକୁ ଯାଇ ସାମ କୁରାନ୍ (୩) ଆଉଟ୍ ହୋଇଥିଲେ । ପରେ ଜୋର୍ଡର୍ାନ୍ (୧୨) ଓ ଜୋଫ୍ରା ଆର୍ଚର (୧୮) ବିସ୍ଫୋରକ ସତ୍ୱେ ଇଂଲଣ୍ଡ ୨୦ ଓଭରରେ ୮ ୱିକେଟ ହରାଇ ୧୭୭ ରନ୍ କରିଥିଲା । ଭାରତ ପକ୍ଷରୁ ସର୍ଦ୍ଦୁଲ ଠାକୁର ସର୍ବାଧିକ ୩, ହାର୍ଦ୍ଦିକ ପାଣ୍ଡ୍ୟା ଓ ରାହୁଲ ଚହର ୨ ଲେଖାଏଁ ୱିକେଟ ନେଇଥିଲେ ।