Odia News Portal

ଇଣ୍ଡିଗୋ ଏୟାରଲାନ୍ସର ଅଫର, ଟିକା ନେଇଥିବା ଲୋକଙ୍କୁ ମିଳିବ ସ୍ୱତନ୍ତ୍ର ରିହାତି

ନୂଆଦିଲ୍ଲୀ: ଦେଶରେ ଟିକାକରଣ କରିବାକୁ ସରକାର ଅନବରତ ସଚେତନ କରିଚାଲିଛନ୍ତି। ଟିକାକରଣକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରରେ ଆକର୍ଷଣୀୟ ଅଫର୍ ମଧ୍ୟ ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭାରତର ଟିକାକରଣ କାର‌୍ୟ୍ୟକ୍ରମକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସ ବୁଧବାର ଠାରୁ ଟିକା ନେଇଥିବା ଗ୍ରାହକଙ୍କ ପାଇଁ ଇଣ୍ଡିଗୋ ବିମାନ ଉପରେ ଏକ ସ୍ବତନ୍ତ୍ର ରିହାତି ପ୍ରଦାନ କରିବା ନେଇ ଘୋଷଣା କରିଛି।ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଏ ନେଇ ଏକ ବିବୃତ୍ତି ଜାରି କରାଯାଇଛି। ଯେଉଁମାନେ ଗୋଟିଏ କିମ୍ବା ଦୁଇଟି ଡୋଜ କରୋନା ଟିକା ନେଇଛନ୍ତି ସେମାନେ ବିମାନରେ ବୁକିଂ କରିବା ସମୟରେ ବେସ୍ ଭଡା ଉପରେ ୧୦ ପ୍ରତିଶତ ରିହାତି ପାଇପାରିବେ।ଏହି ପଦକ୍ଷେପ ସହିତ ଇଣ୍ଡିଗୋ ଭାରତରେ ଏହି ଅଫର ଆରମ୍ଭ କରିଥିବା ପ୍ରଥମ ବିମାନ ସେବା ହୋଇପାରିଛି।