Odia News Portal

ସାପକୁ କାମୁଡି ରକ୍ତ ପିଇଦେଲେ

ଯାଜପୁର: ସାପ କାମୁଡିବା ପରେ ଡାକ୍ତରଖାନା ଯିବା ବଦଳରେ ଓଲଟି ସାପକୁ କାମୁଡିଦେଲେ । କଥା ଟା ଶୁଣି ବିଶ୍ୱାସ ନହଲେ ବି କଥାଟି ସମ୍ପୂର୍ଣ୍ଣ ସତ। ଦାନଗଦି ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ପାଞ୍ଚୟତ ଗମ୍ଭାରୀପାଟିଆ ଗାଁ’ରେ ଘଟିଛି ଏହି ଭଳି ଆଶ୍ଚର‌୍ୟ୍ୟ ଜନକ ଘଟଣା । ଏହି ଗ୍ରାମର ୪୫ ବର୍ଷୀୟ କିଶୋର ବଦରା ନାମକ ଜଣେ ବ୍ୟକ୍ତି ଚାଷ ଜମିରୁ ଫେରିବା ସମୟରେ ସର୍ପାଘାତର ଶିକାର ହୋଇଥିଲେ। ଯାହାଫଳରେ ସେ ସଙ୍ଗେ ସଙ୍ଗେ ପ୍ରତିଶୋଧ ପରାୟଣ ହୋଇ ଅତି ନିର୍ମମ ଭାବେ ସାପଟିକୁ କାମୁଡି ମାରିଦେବା ସହ ତା ରକ୍ତ କୁ ପିଇଦେଇଥିଲେ। ଏହାପରେ ସାପଟିକୁ ନଫୋପାଡ଼ି ଗାଁକୁ ଧରି ଆସିଥିଲେ । ସେ ଘରକୁ ଫେରି ତାଙ୍କ ସ୍ତ୍ରୀକୁ ଘଟଣାରେ ବିଷୟରେ ଜଣାଇବା ସହ ସାପଟିକୁ ହାତରେ ଧରି ଗାଁରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ଖାଲି ସେତିକ ନୁହେଁ ସେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ମେଡିକାଲ ନଯାଇ ଗୁଣିଆ ପାଖକୁ ଯାଇ ଝଡ଼ା ଫୁଙ୍କା ଆରମ୍ଭ କରିଥିଲେ। ପରେ ସ୍ଥାନୀୟ ଲୋକେ ମେଡିକାଲ ଯିବାକୁ ଯେତେ ବାଧ୍ୟ କରିଥିଲେ ମଧ୍ୟ ସେ କାହା କଥା ଶୁଣି ନଥିଲେ । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡ଼ିଛି ।