Odia News Portal

ଦୁଇ ଦିନରେ ସରିବ ଜହ୍ନବୀଙ୍କ ବାହାଘର

ଦୁଇ ଦିନରେ ସରିବ ଜାହ୍ନବୀଙ୍କ ବାହାଘର। ମହମବତୀ ଏବଂ ଜୁଇ ଫୁଳରେ ସଜେଇ ହେବ ମଣ୍ଡପ। ପିନ୍ଧିବେ କାଞ୍ଜିବରମ ପାଟ। ବିବାହର ସବୁ କିଛି ବୁଝାବୁଝି କରିବେ ଭଉଣୀ ଅଂଶୁଳ। ବେଚଲରେଟ୍‌ ପାର୍ଟିରେ ପିନ୍ଧିବେ କ୍ୟାପ୍ରି। ଆଉ ତିରୁପତିର ହେବ ବିବାହ। ଏକଥା ଆମେ କହୁନୁ ଖୋଦ୍‌ ଜାହ୍ନବୀ କପୁର କହିଛନ୍ତି।.. ଅଭିନେତ୍ରୀ ଜାହ୍ନବୀ କପୁର ନକଟରେ ଏକ ମାଗାଜିନ ଫଟୋ ସୁଟ୍‌ ସମୟରେ ନିଜ ଭବିଷ୍ୟତର ବାହାଘରକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଥିଲେ, ସେ ସବୁଠାରୁ ସାଧାରଣ ଢ଼ଙ୍ଗରେ ବିବାହ କରିବାକୁ ଚାହାନ୍ତି। ଦୁଇ ଦିନ ଭିତରେ ନିଜ ବିବାହକୁ ସେ ସାରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବେଚଲରେଟ୍‌ ପାର୍ଟରେ କ୍ୟାପ୍ରି ପିନ୍ଧିବେ। ଏଥିସହ ତିରୁପତିରେ ବିବାହ କରିବେ ବୋଲି ସେ କହିଛନ୍ତି।