Odia News Portal

ପୂର୍ବତଟ ରେଳପଥ ଶ୍ରମିକ ସଙ୍ଗଠନ ପକ୍ଷରୁ ଚେତନା ଦିବସ ପାଳିତ

ଜଟଣୀ: ସର୍ବ ଭାରତୀୟ ରେଳବାଇ ପୁରୁଷ ମହାସଂଘର ଆହ୍ୱାନ କ୍ରମେ ପୂର୍ବତଟ ରେଳପଥ ଶ୍ରମିକ ସଙ୍ଗଠନ ଦ୍ୱାରା ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନ ସମ୍ମୁଖରେ ‘ଚେତନା ଦିବସ’ ପାଳିତ ହୋଇଯାଇଛି । ଏହି ଦିବସକୁ ଏକ ବିଶେଷତା ପ୍ରଦାନ ପାଇଁ ରେଳବାଇ ପୁରୁଷ ସଂଘଠନର ସାଧାରଣ ସମ୍ପାଦକ ପି. କେ. ପାଟ୍ଟସାହାଣୀଙ୍କ ନିର୍ଦ୍ଧେଶ କ୍ରମେ ସଂଘର ମଣ୍ଡଳ ସଂଯୋଜକ ରଂଜିତ କୁମାର ଦାସଙ୍କ ପୌରାହିତରେ ଏବଂ ଶ୍ରମିକ ମାନଙ୍କ ଉପସ୍ଥିତିରେ ଖୋର୍ଦ୍ଧାରୋଡ଼ ଷ୍ଟେସନ ସମ୍ମୁଖରେ ଏକ ଶାନ୍ତି ପୂର୍ଣ୍ଣ ସାମୁହିକ ମଧ୍ୟାହ୍ନ ପ୍ରଦର୍ଶନ ମାଧ୍ୟମରେ ବିଭିନ୍ନ ଅସମାହିତ କର୍ମଚାରୀ ମାନଙ୍କର ସମସ୍ୟା ଯଥା ରେଳବାଇ ରହଣି କର୍ମଚାରୀ ଗୃହ, ପାଣି, ପଦୋନ୍ନତି, ଏମ. ଏ. ସି. ପି, କର୍ମଚାରୀ କଲ୍ୟାଣ ପ୍ରଭୃତି ଉପରେ ଆଲୋକପାତ କରାଯାଇଥିଲା । ଭାରତୀୟ ରେଳବାଇର ଘରୋଇ କରଣ ଓ ମୁଦ୍ରିକରଣ ମାଧ୍ୟମରେ ରେଳବାଇ ସମ୍ପତିର ବିକ୍ରି ଉପରେ ମୁଖ୍ୟତଃ ଆଲୋଚନା କରାଯାଇଥିଲା । ରାଷ୍ଟ୍ରୀୟ ମୁଦ୍ରିକରଣ ଯୋଜନା ନାମରେ ଭାରତ ସରକାର ରାଷ୍ଟ୍ରୀୟ ମୁଦ୍ରିକରଣ ଯୋଜନା ମାଧ୍ୟମରେ ଛଅ କୋଟି ଆୟର ଲକ୍ଷ୍ୟ ରଖିଛନ୍ତି । ଭାରତୀୟ ରେଳବାଇର ବିଭିନ୍ନ ମୂଲ୍ୟବାନ ସମ୍ପତିର ବିକ୍ରୟ ମାଧ୍ୟମରେ ଏକଲକ୍ଷ ବାଉନହଜାର ଚାରିଶହ ଛୟାନବେ କୋଟି ଆୟର ଲକ୍ଷ୍ୟ ରଖିଛନ୍ତି କ୍ଷ ଏହି ଯୋଜନା ଅନୁସାରେ ଚାରିଶହ ରେଳବାଇ ଷ୍ଟେସନ, ପନ୍ଦର ରେଳବାଇ ଷ୍ଟାଡିୟମ, ନବେ ଯାତ୍ରୀବାହି ଗାଡି, ଦୁଇଶହ ପଞ୍ଚଷଠି ମାଲଗୋଦାମ, ସାତଶହ ଏକଚାଳଶୀ କିଲୋମିଟର କଂକୋଣ ରେଳବାଇ ଧାରଣା, ଛଅଶହ ତେୟାଳଷି କିଲୋମିଟର ପଣ୍ୟଦ୍ରବ୍ୟ ପରିବହନ ପଥ, ଚଉଦଶହ କିଲୋମିଟର ଯାନ୍ତ୍ରିକ ସାମଗ୍ରୀ ରେଳବାଇ କଲୋନୀ ଓ ଚାରି ପାର୍ବତୀୟ ରେଳବାଇ ବିକ୍ରିପାଇଁ ମସୁଧା କ୍ଷ ଉପରୋକ୍ତ ମୁଦ୍ରିକରଣ, ଘରୋଇ କରଣ ଓ କର୍ମଚାରୀ ମାନଙ୍କର ଯଥାର୍ଥ ସମସ୍ୟା ପାଇଁ ବିକ୍ଷୋଭ ପ୍ରଦର୍ଶନ ସ୍ୱରୂପ ଶ୍ରମିକ ସଂଘଠନ ତରଫରୁ କୋଷାଧକ୍ଷ ସମ୍ପାଦକ ଏମ. ଡି. ଜାକିରୁଦ୍ଦିନ, ଉପ ସମ୍ପାଦଜ ବି. ଡି. ଜେନା, ଓପେନ ଲାଇନ ବ୍ରାଞ୍ଚ ସମ୍ପାଦକ ଏନ. କେ. ପରିଡା, ମଣ୍ଡଳ ରନିଙ୍ଗ ବ୍ରାଞ୍ଚ ସମ୍ପାଦକ ପ୍ରଦୀପ ବେହେରା, ଓମେନ୍ସ କଂଭେନର ଇତିଶ୍ରୀ ନିବେଦିତା ସାହୁ,ରଂଜିତା ଦାଶ, ପ୍ରଫୁଲ୍ଲ ଚନ୍ଦ୍ର ସିଂହ,ଶିବପ୍ରଶାଦ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଚେତନା ଦିବସ ପାଳନ କରାଯାଇଥିଲା ।