Odia News Portal

ପୁଲିସ ମୁଣ୍ଡରେ ଅଠା ବୋଳିଲେ ଜଟଣୀ ତହସିଲଦାର

ଜଟଣୀ: ପୁଣି ଚର୍ଚ୍ଚାରେ ଜଟଣୀ ତହସିଲଦାର ତପନ ମହାପାତ୍ର । ମୋରମ ଚାଲାଣ ରୋକିବେ କଣ ପୁଲିସ ମୁଣ୍ଡରେ ଅଠା ବୋଳି ଖସି ଯିବାକୁ ଚେଷ୍ଟା କରୁଛନ୍ତି ମହାପାତ୍ର ବାବୁ । ପରକଥାରେ ପାଚେରୀ ଭାଙ୍ଗୁଥିବା ତହସିଲଦାର ସାହେବ, ମୋରମ ଗାଡିରୁ ପୁଲିସ ଟଙ୍କା ଖାଉଛି ବୋଲି କହି ଏବେ ବିବାଦକୁ ଆସିଛନ୍ତି । ଜଟଣୀ ତହସିଲ ଛତାବର ଇଲାକାରୁ ଚୋରା ମୋରମ ଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ବାବୁ କହୁଛନ୍ତି ଚନ୍ଦକା ପୁଲିସ ସେଠାରୁ ବଟି ନେଉଛି । ଛୁଟିଦିନରେ ଜାଣିଶୁଣି ମାଫିଆମାନେ ମୋରମ ନେଉଥିବାରୁ ଚଢ଼ାଉ ସମ୍ଭବ ହେଉନି । ସବୁଦିନ ତ ଚୋରୀ ହେଉଛି ଦେଖିବା କାଲି ନହେଲେ ପହରଦିନ ଯିବା । ସରକାରୀ ସମ୍ପତିର ରକ୍ଷାକର୍ତା ଜଣେ ତହସିଲଦାରଙ୍କର ମୋରମ ମାଫିଆଙ୍କୁ ଅନୁକମ୍ପା ଦେଖାଇବାର ଇଏ ନଗ୍ନ ଉଦାହରଣ ନୁହେଁ କି ? ମୋରମ ଚୋରୀ ହେଉଥିବା ଖବର ଦେଉଥିବା ବ୍ୟକ୍ତିଙ୍କୁ ତହସିଲଦାର ଯେଉଁ ଢ଼ଙ୍ଗରେ ଉତର ଦେଉଛନ୍ତି ତାହା ହିଁ ପ୍ରମାଣ କରୁଛି ଜଟଣୀ ତହସିଲ ଅଧିନରେ କାହିଁକି ବଢ଼ୁଛି ମୋରମ ଚୋରୀ । ସେପଟେ ଏନେଇ ଚନ୍ଦକା ଥାନାଧିକାରୀ କଣ କହୁଛନ୍ତି ଶୁଣନ୍ତୁ । ମୋରମ ଜଗିବାର କାମ କାହାର ଓ କିଏ ଅଧିକ ମୋରମ ମାଫିଆଙ୍କୁ ବାନ୍ଧୁଛନ୍ତି ସେନେଇ ଆଇଆଇସି, ତହସିଲଦାର ମହାଶୟଙ୍କ ଚେହେରାକୁ ସାମ୍ନାକୁ ଆଣିଛନ୍ତି ।