Odia News Portal

ସାମ୍ବାଦିକ ସମ୍ମିଳନୀରେ ଜୟଶଂକର ଗଣାଇଲେ କେନ୍ଦ୍ରୀୟ ଯୋଜନାର ଲାଭ 

 ନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ର ବିଜେପିର ନେତାମାନେ ଜଣଙ୍କ ପରେ ଜଣେ ଓଡିଶା ଆସିବାରେ ଲାଗିଛନ୍ତି । ଏହି କ୍ରମରେ ପ୍ରଥମଥର ପାଇଁ ନିର୍ବାଚନ ପ୍ରଚାରରେ ଓଡିଶା ଆସିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଂକର । ସେ ଏକ ସମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ଥିବା ଅନୁଦାନର ହିସାବ ଦେଇଛନ୍ତି ।

ଜୟଶଂକର ତାଙ୍କର ପ୍ରଥମ ଭାଷଣରେ ଓଡିଶାବାସୀଙ୍କୁ ଧନ୍ୟବାଦ ଦେଇଥିଲେ । ସେ କହିଛନ୍ତି କି ଓଡିଶାର ସଂସ୍କୃତି, କର୍ମ, ଭାଷା ଓ ଅସ୍ମିତା ସାରା ଦେଶରେ ପରିଚିତ । ଏହାସହ ଜି-୨୦ ସମ୍ମିଳନୀର ମୁଖ୍ୟ ହୋଡିଂରେ କୋଣାର୍କର ଚିତ୍ର ରଖିବାକୁ ପରାମର୍ଶ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିବାରୁ ଓଡିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଆନ୍ତରିକତା କେତେ ବୋଲି ତାହା କହିଥିଲେ । ଏହାସହ ମୋ ଦାୟିତ୍ୱରେ ବିଦେଶ ନୀତି ଥିବାରୁ ମୁଁ ବାରମ୍ବାର ଓଡିଶାକୁ ପ୍ରାଧନ୍ୟ ଦେବାକୁ ଚେଷ୍ଟା କରିଛି ବୋଲି ସେ କହିଛନ୍ତି ।

ଏସ୍ ଜୟଶଂକର କହିଛନ୍ତି କି, କେନ୍ଦ୍ରରେ ବିଜେପି ସରକାର ଗଠନ ହେବା ପରେ ଓଡିଶାରେ ୨୦ଟି ପାସପୋର୍ଟ ସେବା କେନ୍ଦ୍ର ଖୋଲା ଯାଇଛି । ଏହି କାରଣରୁ ପ୍ରତିିିବର୍ଷ ୧.୧୫ ଲକ୍ଷ ଲୋକଙ୍କର ପାସପୋର୍ଟ ଇସ୍ୟୁ ହୋଇପାରୁଥିବାରୁ ଏହା କେନ୍ଦ୍ର ସରକାରଙ୍କ ସଫଳତା ବୋଲି ସେ କହିଛନ୍ତି । ଏହାସହ ମୋଦୀଙ୍କ ଗ୍ୟାରେଣ୍ଟ ଏବେ ବିଶ୍ୱ ସୀମାର ବାହାରେ ମଧ୍ୟ କାମ କରୁଛି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଫଳରେ ଭାରତୀୟମାନେ ଯେଉଁଠି ବି ସଂକଟରେ ପଡିଲେ ସେମାନଙ୍କୁ ଉଦ୍ଧାର କରାଯାଇପାରୁଛି । ଏନେଇ ଜୟଶଂକର କହିଛନ୍ତି କି, ୟୁକ୍ରେନରେ ଫଶିଥିବା ୪୦୦ ଓଡିଶା ନାଗରିକଙ୍କୁ ମୋଦୀଙ୍କ ବିଦେଶନୀତି କାରଣରୁ ଉଦ୍ଧାର କରାଯାଇପାରିଥିଲା । ସେହିଭଳି ସୁଦାନର ଯୁଦ୍ଧ ସଂକଟ ଭିତରେ ମଧ୍ୟ ୮୬ ଜଣ ଓଡିଶାର ନାଗରିକଙ୍କୁ ଉଦ୍ଧାର କରାଯାଇଥିଲା । ଇସ୍ରାଏଲରୁ ମଧ୍ୟ ୨୦ ଜଣ ଓଡିଶାର ନାଗରିକଙ୍କୁ ଉଦ୍ଧାର କରାଯାଇଥିଲା ।

କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି କେନ୍ଦ୍ର କ୍ୟାବିନେଟର ସମସ୍ତ ମନ୍ତ୍ରୀ ମଧ୍ୟ ଓଡିଶାକୁ ଗୁରୁତ୍ୱ ଦେଉଛନ୍ତି । ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଓଡିଶାକୁ ୧୮ ଲକ୍ଷ କୋଟି ଟଙ୍କାର ସହାୟତା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡିଶା ପାଇଁ ସାଗରମାଳା ୫୪ ହଜାର କୋଟି ଟଙ୍କା ବିନିମୟରେ ୫୮ ହଜାର କିଲୋମିଟର ରାଜପଥ ନିର୍ମାଣ ହୋଇଛି । ତୈଳ ଓ ଗ୍ୟାସ ସପ୍ଲାଏ ପାଇଁ ୩ ହଜାର କିଲୋମିଟର ପାଇପ ଲାଇନ ବିଛା ଯାଇଛି । ୨ ସ୍ମାର୍ଟ ସିଟି ନିର୍ମାଣ ହୋଇଛି ।

ଗତବର୍ଷ ଭିନ୍ନ ଭିନ୍ନ ଯୋଜନାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡିଶା ବାସୀ ସର୍ବାଧିକ ଲାଭ ପାଇଛନ୍ତି । କିଷାନ ସମ୍ମାନନିଧୀ ଯୋଜନାରେ ଓଡିଶାର ୩୩ ଲକ୍ଷ ଚାଷୀ ଉପକୃତ ହେଉଛନ୍ତି । ଜନଧନ ଯୋଜନାରେ ୧.୪ କୋଟି ଲୋକ ଲାଭ ପାଇଛନ୍ତି । ୨.୭ ଲକ୍ଷ ଲୋକଙ୍କୁ ଗ୍ରାମୀଣ ଆବାସ ଯୋଜନାରେ ଘର ମିଳିଛି । ଉଜ୍ୱଳା ଯୋଜନାରେ ୫୩ ଲକ୍ଷ ମହିଳାଙ୍କୁ ସୁବିଧା ମିଳିଛି । ମୋଦୀଙ୍କ ନେତୃତ୍ୱରେ ଦେଶରେ ଭିତ୍ତିଭୂମୀର ଯେଭଳି ବିକାଶ ହୋଇଛି ସାରା ବିଶ୍ୱ ଆଜି ଚକିତ । ଯେଭଳି ଆଶା କରାଯାଉଥିଲା ଓଡିଶାରେ ସେଭଳି ବିକାଶ ହୋଇନାହିଁ । ଦେଶ ବିକାଶରେ ବାଧକ ସମାଜବାଦ । ଯାହାର ପ୍ରମାଣ ୧୯୯୨ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା । ମାତ୍ର ୧୯୯୨ ପରେ ଏହାର ପରିବର୍ତ୍ତନ କରାଯାଇ ଦେଶର ଅର୍ଥନୀତିକୁ ଆଗକୁ ନିଆଯାଇଛି ।