Odia News Portal

ଜ୍ୟୋତିପ୍ରକାଶଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?

ଭୁବନେଶ୍ୱର: ରାଜଧାନୀର ମୁକୁଳା ଡ୍ରେନରେ ଭାସିଯାଇ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ (ରାଜା)ଙ୍କ ମୃତ୍ୟୁ ହୋଇଛି । ତେବେ ତାଙ୍କ ମୃତ୍ୟୁକୁ ନେଇ ଏବେ ସବୁଠି ଉଠିଛି ପ୍ରଶ୍ନବାଚୀ । ରାଜାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? ମୁକୁଳା ଡ୍ରେନ ପାଇଁ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି ଓ କଂଗ୍ରେସ ଉଭୟ ସରକାର ଓ ବିଏମସିକୁ ଦାୟୀ କରିଛନ୍ତି । ସେପଟେ ବିଜେପି ବିଏମସି ଅଫିସ୍ ଘେରାଉ କରିଛନ୍ତି । ଆଉ ବିଏମସିର ଭୁଲ ଲାଗି ଛାତ୍ରଙ୍କ ଜୀବନ ଚାଲିଯାଇଥିବା ନେଇ ମଧ୍ୟ ବିଜେପି ଦାବୀ କରିଛି । ମୁକୁଳା ଡ୍ରେନରେ ସ୍ଲାପ ପକାଇବା ଲାଗି ବାରମ୍ବାର ଅଭିଯୋଗ ହୋଇଥିଲେ ସୁଦ୍ଧା ବିଧାୟକ, କର୍ପୋରେଟର, ବିଏମସି କର୍ମଚାରୀ କେହି ବି ସେମାନଙ୍କ ଦୁଃଖ ଶୁଣିନାହାଁନ୍ତି । ଏପରିକି ଅନେକ ଦିନ ଏଠାରେ ମୁକୁଳା ହୋଇ ପଡି ରହିଛି ଡ୍ରେନ ।

ସେପଟେ ଭୁବନେଶ୍ୱର ସାଂସଦ ବିଏମସି ଓ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛନ୍ତି । ସେ ରାଜଧାନୀର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିଥିବା ଏଠାରେ ଡ୍ରେନ ମୁକୁଳା ରହିଥିବା ଅପରାଜିତା କେମିତି ଜାଣିପାରିଲେ ନାହିଁ ବୋଲି ମଧ୍ୟ ବୁଦ୍ଧିଜୀବୀମାନେ ଯୁକ୍ତି ବାଢ଼ିଛନ୍ତି । ଏବେ ସମସ୍ତେ ସମସ୍ତଙ୍କ ଉପରେ ଦୋଷ ଲଦିବା ଆରମ୍ଭ କରିଦେଲେଣି । ଘଟଣାକୁ ନେଇ ଉତ୍ତେଜନା ମଧ୍ୟ ଦେଖାଦେଲାଣି । ସେପଟେ ବିରୋଧୀମାନେ ସରକାରଙ୍କୁ ଦାୟୀ କରୁଛନ୍ତିି । ଲୋକେ ବିଏମସିକୁ ଟାର୍ଗେଟ କରୁଛନ୍ତି ।

ସେପଟେ ମୃତକଙ୍କ ସମ୍ପର୍କୀୟ ମାଉସୀ କହିଛନ୍ତି କି, କାଲି ଠିକସେ ଖୋଜାଯାଇନଥିଲା । ଗୋଟିଏ ସ୍ଥାନରେ କେବଳ ଖୋଜିଥିଲେ । ଯେଉଁଠାରେ ସେ ପଡିଯାଇଥିଲେ ସେଠାରେ କେବଳ ଖୋଜାଯାଇଥିଲା । ଯଦି ଆଗକୁ ଯାଇ ଖୋଜାଯାଇଥାନ୍ତା ତେବେ ରାଜା ବଞ୍ଚିଯାଇଥାନ୍ତେ ବୋଲି କହିଛନ୍ତି ତାଙ୍କ ସମ୍ପର୍କୀୟ । ତେବେ ସେ ଅଗ୍ନିଶମ କର୍ମଚାରୀଙ୍କ ଉପରେ ମଧ୍ୟ ଦୋଷ ଲଦିଛନ୍ତି । ତେବେ ଏଭଳିସ୍ଥଳେ ଦୋଷ ଲଦାଲଦି ଚାଲିଛି । ସେପଟେ ପୁଅକୁ ହରାଇ ଲୁହ ସାଗରରେ ଭାସୁଛନ୍ତି ତାଙ୍କ ପରିବାର । ତେବେ ବିଚାର ଆପଣମାନଙ୍କର । ରାଜାଙ୍କ ମୃତ୍ୟୁ ଲାଗି ଦାୟୀ କିଏ? କମେଣ୍ଟ ବକ୍ସରେ ନିଜର ମତାମତ ଦିଅନ୍ତୁ ।