Odia News Portal

ଶାଳୀକୁ ଧରି ରସିକିଆ ଭିଣୋଇ ଫେରାର୍

କଳାହାଣ୍ଡି: ବିବାହର ମେହେନ୍ଦୀ ଦାଗ ନଲିଭୁଣୁ ଶାଳୀକୁ ଧରି ଭିଣୋଇ ଫେରାର । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଧିନସ୍ତ ସନ୍ଧିକୁଳିହାରି ଗ୍ରାମର ଜଣେ ନବବିବାହିତା ମହିଳା (ଶାଳୀ) କୁ ଧରି ଧର୍ମଗଡ଼ ଖୁଟୁଲୁ ଗୁଡା ଗ୍ରାମର ଭିଣୋଇ ରୋହିତ ଠାକୁର ଫେରାର ହୋଇଯାଇଛି ।ଦେହରୁ ହଳଦୀ କି ପାଦରୁ ଅଳତା ମଧ୍ୟ ଲିଭିନି , ଏହି ପରିସ୍ଥିତି ରେ ଦୁହେଁ ଫେରାର ହୋଇଛନ୍ତି ।

ରୋହିତ ଠାକୁର ଗୋଳମୁଣ୍ଡା ବ୍ଲକ ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ଜଣାଯାଇଛି , ଗତ ୧୪.୨.୨୦୨୧ ତାରିଖ ଦିନ ସନ୍ଧିକୁଲିହାରି ଗ୍ରାମର ବଂଶୀଧର ବେହେରାଙ୍କ ପୁଅ ଅଲେଖ ବେହେରାଙ୍କୁ ଚିଲି ଚିଲା ଗ୍ରାମର ସୁବାଷ ଧଙ୍ଗଡା ମାଝୀ ଙ୍କ ଝିଅ ଝିଲି ଧଙ୍ଗଡା ମାଝୀକୁ ସାମାଜିକ ରୀତି ନୀତିରେ ବିବାହ କରିଥିଲେ । ହେଲେ କିଛିଦିନ ପରେ ୨୩ ତାରିଖ ଦିନ ମାଆ ଙ୍କ ଦେହ ଖରାପ ହେବାରୁ ଧର୍ମଗଡ଼ ଡାକ୍ତର ଖାନାରେ ଭର୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ରେ ସୁଧାର ନ ହେବାରୁ ଉନ୍ନତ ଚିକିତ୍ସା ସକାଶେ ଭୁବନେଶ୍ୱର ଏମ୍ସ ଡାକ୍ତର ଖାନା ନେବାକୁ ପରାମର୍ଶ ଦେଇ ଥିଲେ ଡାକ୍ତର ।

ଏହାର ସୁଯୋଗ ନେଇ ଶାଳୀ ରସିକିଆ ଭିଣୋଇ ଘରେ ଥିବା ଲୋକଙ୍କୁ ଛୁରୀ ଦେଖାଇ ସାଙ୍ଗରେ ୮ଭରି ସୁନା, ଓ ଦୁଇ ଲକ୍ଷ ଟଙ୍କା ଧରି ଫେରାର ମାରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଧର୍ମଗଡ଼ ଥାନା ରେ ଏକ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଜାରି ରଖିଛି ।