Odia News Portal

କର୍ଣ୍ଣାଟକର ପର୍ଯ୍ୟବେକ୍ଷକ ହେଲେ ଧମେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ମିଳିଛି ନୂଆ ଦାୟିତ୍ୱ । କର୍ଣ୍ଣାଟକର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ବିଜେପି । କର୍ଣ୍ଣାଟକରେ ରାଜନୈତିକତା ଅସ୍ଥିରତାକୁ ଦୃଷ୍ଟିରେ ରଖି ଧମେନ୍ଦ୍ରଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି । ତେବେ ସେ ଖୁବଶୀଘ୍ର ବାଙ୍ଗାଲୋର ଯିବେ । ତାଙ୍କ ସହ ଅରୁଣ ସିଂହ ମଧ୍ୟ ଯିବେ । ୟେଦୁୟୁରପ୍ପାଙ୍କ ପରେ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ନେଇ ଜାରି ରହିଛି ହଟଚମଟ ।

ୟେଦ୍ୟୁରପ୍ପା ଭାବପ୍ରବଣ ହୋଇ କହିଥିଲେ, ‘ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ମଧ୍ୟାହ୍ନ ଭୋଜନ ପରେ ମୁଁ ରାଜ୍ୟପାଳଙ୍କୁ ଭେଟିବି। ତେଣୁ ବିଜେପି ୟେଦ୍ୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇଲେ ମଧ୍ୟ ଆଗାମୀ ଦିନରେ ତାଙ୍କୁ ଦଳର କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବା ସହିତ ତାଙ୍କର ଦୁଇ ପୁଅଙ୍କୁ ଉଚିତ ପଦପଦବୀରେ ରଖି ଲିଙ୍ଗାୟତ ବର୍ଗକୁ ଖୁସି ରଖିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଦଳ ୟେଦ୍ୟୁରପ୍ପାଙ୍କ ସମର୍ଥକମାନଙ୍କୁ ବି ନିରାଶ କରିବାକୁ ଚାହୁଁ ନଥିବା ଜଣାପଡ଼ିଛି। ସେହିଭଳି ଶନିବାର ୟେଦ୍ୟୁରପ୍ପା କହିଥିଲେ ଯେ ସେ ଦଳର କେନ୍ଦ୍ରୀୟ ନେତୃତ୍ୱର ନିଷ୍ପତ୍ତିକୁ ପାଳନ କରିବେ। ଯଦି ଦଳ ଆଉ କାହାକୁ ତାଙ୍କର ଉତ୍ତରାଧିକାରୀ ଭାବେ ଘୋଷଣା କରିବ, ତା’ହେଲେ ସେ ଆଗାମୀ ୧୦-୧୫ ବର୍ଷ ପାଇଁ ଦଳକୁ ଆହୁରି ମଜବୁତ କରିବାକୁ ଚେଷ୍ଟା କରିବାରେ ଲାଗି ପଡ଼ିବେ।