Odia News Portal

ଅନୁଭବ-ଅପରାଜିତାଙ୍କ ବାଇ-ଲ ଯୁଦ୍ଧ

ଭୁବନେଶ୍ୱର: ୨ ସାଂସଦଙ୍କ ମଧ୍ୟରେ ଟ୍ୱିଟ ୱାର | ଭୁବନେଶ୍ୱର ସାଂସଦ ଅପରାଜିତା ଓ କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ଭିତରେ ଦେଖିବାକୁ ମିଳିଛି ଟ୍ୱିଟ ୱାର । ବାଇ-ଲ ପ୍ରସଙ୍ଗକୁ ନେଇ ଦୁଇ ନେତା ଏବେ ଟ୍ୱିଟରରେ ମୁହାଁମୁହିଁ । ଶନିବାର ବାଇ-ଲ ପ୍ରସଙ୍ଗକୁ ନେଇ ବିଜେଡି ନେତା କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଥିଲେ । ଏହାପରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଏହାକୁ ନେଇ ଏକ ଟ୍ୱିଟ୍ କରିଥିଲେ ।

ତେବେ ଭୁବନେଶ୍ଵର ସାଂସଦ ଅପରାଜିତ ଷଡଙ୍ଗୀଙ୍କ ଆଭିମୁଖ୍ୟକୁ ନେଇ ବିଜେଡି ସାଂସଦ ଅନୁଭବ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି। ବାଇ-ଲ ପ୍ରସଙ୍ଗରେ ଭୁବନେଶ୍ଵର ସାଂସଦ ଅସହଯୋଗ କରୁଥିବା କେନ୍ଦ୍ରାପଡା ସାଂସଦ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବା ପରେ ଟ୍ଵିଟ୍ କରି କହିଛନ୍ତି। ଏହା ଉପରେ ଜବାବ ରଖି ସମୟ ଆସିଲେ କହିବି ବୋଲି ପ୍ରତିକ୍ରିୟା ଦେଇଛନ୍ତି ଅପରାଜିତ ଷଡଙ୍ଗୀ। ଟ୍ୱିଟ କରି ଅନୁଭବ ଲେଖିଥିଲେ ଯେ, ବାଇ-ଲ କଥାକୁ ନେଇ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାକୁ ସାଂସଦ ଅପରାଜିତାଙ୍କୁ ଡାକିଥିଲେ । କିନ୍ତୁ ସେ ସିଧାସଳଖ ଏଥିପାଇଁ ମନା କରିଦେଇଥିଲେ । ଖୋଦ୍‌ ଭୁବନେଶ୍ଵରର ସାଂସଦ ହୋଇ ଏହି ପ୍ରସଙ୍ଗ କେନ୍ଦ୍ର ସରକାରଙ୍କଠାରେ ଉଠାଇବା ପରିବର୍ତ୍ତେ ନିରବ ରହିଛନ୍ତି। ଏ ପର୍ଯ୍ୟନ୍ତ ପଦୁଟିଏ ମଧ୍ୟ ମୁହଁ ଖୋଲି ନାହାନ୍ତି।

ଏହାପରେ ଏହି ଘଟଣାକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ସେହି ଟ୍ୱିଟରରେ ଜବାବ ଦେଇଛନ୍ତି । ବିନା କାରଣରେ କିଛି ବି ହୁଏ ନାହିଁ । ମୁଁ ଉଚିତ୍ ସମୟରେ ଜବାବ ଦେବି ,ଏଥିପାଇଁ ଦୟାକରି ଅପେକ୍ଷା କରିବାକୁ ସାଂସଦ ଅପରାଜିତା ଟ୍ୱିଟ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବାଇ-ଲ ପ୍ରସଙ୍ଗକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି । ଆଜି ବିଜେଡି ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଏନେଇ ଭେଟିଛନ୍ତି ।