Odia News Portal

ବାଇକ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ

କେନ୍ଦୁଝର: ଏମିତି ବି ଆସିପାରେ ମୃତ୍ୟୁ । ଅପେରା ଦେଖି ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା । ଚାଲିଗଲା ୩ଜଣ ଯୁବକଙ୍କ ଜୀବନ । କେଉଁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳରେ ତିନିଟି ବିଭିନ୍ନ ସମୟରେ ବାଇକ୍ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଅପେରା ଦେଖି ବାଇକରେ ଘରକୁ ଫେରୁଥିବା ସମୟରେ ଗୟଳମୁଣ୍ଡା ନିକଟରେ ୨ ଜଣଙ୍କ ପ୍ରାଣହାନି ଘଟିଛି। ଦୁଇ ମୃତକ ହେଲେ ବିଜୁ ବାଦ୍ରା(୨୭) ଓ ଦାମୋଦର ଲିଆଙ୍ଗି (୨୨)। ଏହାଛଡ଼ା ଧକୋଠାଠାରେ ସେହିଭଳି ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ସଇଲଙ୍ଗର ସଂଗ୍ରାମ ମୁଦୁଲି (୨୯)। ଏସମସ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାଯାଇଛି।