Odia News Portal

କେରଳରେ ବର୍ଷା ବିତ୍ପାତ, ୪୧ ଜଣଙ୍କ ଜୀବନ ଗଲାଣି

ନୂଆଦିଲ୍ଲୀ : ଥମୁନି ବର୍ଷା। ଆଜି କ୍ରମାଗତ ଭାବେ ତୃତୀୟ ଦିନ ପାଇଁ ଉତ୍ତରାଖଣ୍ଡ ଏବଂ କେରଳ‌ରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ପୂର୍ବ ଉତ୍ତରପ୍ରଦେଶରେ ବି ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଲଗାଣ ବର୍ଷା ପାଇଁ ଜଳସ୍ତର ବଢ଼ୁଥିବାରୁ କେରଳରେ ଆଜି ଡ୍ୟାମର କବାଟ ଖୋଲାଯିବାକୁ ଥିବା ବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ରେଡ ଆଲର୍ଟ ଜାରି କରାଯାଇଛି। ଏପର୍ଯ୍ୟନ୍ତ କେରଳରେ ବନ୍ୟା ଓ ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି।

ଲଗାଣ ବର୍ଷା ସହ ବନ୍ୟା ପରିସ୍ଥିତି ସୃଷ୍ଟି ନେଇ ଏର୍ନାକୁଲମ୍ ଏବଂ ଇଡୁକି ଜିଲ୍ଲାରେ ଏବେ ହାଇ ଆଲର୍ଟ ଜାରି କରାଯାଇଛି। ଜଳସ୍ତର ବଢ଼ୁଥିବାରୁ ଆଜି ଇଡୁକି ଡ୍ୟାମର ଫାଟକ ଖୋଲାଯିବ ବୋଲି ଜଣାପଡ଼ିଛି। ଏଭଳି ହେଲେ ଚଲକ୍କୁଡି ନଦୀକୁ ପାଣି ଆସିବାର ସମ୍ଭାବନା ରହିଛି, ଯାହାର ପ୍ରଭାବ ଏର୍ନାକୁଲମ୍ ଜିଲ୍ଲା ଉପରେ ମଧ୍ୟ ପଡ଼ିବ ବୋଲି ଜଣାପଡ଼ିଛି। ଏନେଇ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ୧୧ଟି ଡ୍ୟାମ ପାଇଁ ଦିଆଯାଇଥିବା ହାଇ ଆଲର୍ଟକୁ ଦୃଷ୍ଟିରେ ରଖି ଲୋକଙ୍କୁ ନିରାପଦ ସ୍ଥାନକୁ ଯିବା ପାଇଁ ମୁଖ୍ୟମନ୍ତ୍ରୀ ପିନାରାୟୀ ଆକ୍ରାନ୍ତ ଚିହ୍ନଟ, ୧୬୪ ମୃତ୍ୟୁ