Odia News Portal

ସ୍ୱାଧୀନ ଭାବେ ଲଢ଼ିବେ ଖାରବେଳ ସ୍ୱାଇଁ

କିଛି ଦିନର ବ୍ୟବଧାନ ପରେ ପୂର୍ବତନ ସାଂସଦ ମହାମେଘବାହନ ଐର ଖାରବେଳ ସ୍ୱାଇଁ ପୁନଶ୍ଚ ନିରବତା ଭଙ୍ଗ କରିଛନ୍ତି । ଆଗାମୀ ନିର୍ବାଚନରେ ସେ ସ୍ୱାଧୀନ ଭାବେ ଲଢ଼ିବେ । ଏନେଇ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିବା ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଶ୍ରୀ ସ୍ୱାଇଁଙ୍କ ଏଭଳି ପ୍ରତିକ୍ରିୟା ପରେ ଜିଲ୍ଲା ରାଜନୀତିରେ ନୂଆ ସମୀକରଣ ଆରମ୍ଭ ହୋଇଛି ।

ଶ୍ରୀ ସ୍ୱାଇଁ କହିଛନ୍ତି, ବିଜେପିରୁ ସାଂସଦ ଟିକଟ୍ ପାଇବା ନେଇ ଆଶାବାଦୀ ଥିଲି । ନୀଳଗିରିରୁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଦଳ ବିଧାୟକ ଟିକଟ୍ ଦେଇ ମତେ ସାଂସଦ ଟିକଟ୍ ଦେବ ବୋଲି ଆଶା କରୁଥିଲି । ମାତ୍ର ଦଳ ତାହା କଲାନି । ସେଠାରେ ସନ୍ତୋଷ ଖଟୁଆକୁ ଦଳ ବିଧାୟକ ଟିକଟ୍ ଦେଲା । ସୁତରାଂ ଶ୍ରୀ ଷଡ଼ଙ୍ଗୀ ଏଥର ମଧ୍ୟ ସାଂସଦ ଭାବେ ନିର୍ବାଚନ ଲଢ଼ିବେ । ଦଳ ନିରାଶ କରିଥିବାରୁ ଏଥର ନିର୍ବାଚନରେ ମୁଁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବି ବୋଲି କହିଛନ୍ତି । ଏ ନେଇ ମୁଁ ମୋ ସମର୍ଥକଙ୍କ ସହ ଆଲୋଚନା କରିବି । ନିର୍ବାଚନ ଲଢ଼ିବା ନେଇ ଆବଶ୍ୟକ ଖର୍ଚ୍ଚ କେମିତି ଯୋଗାଡ଼ କରାଯିବ³ ସେନେଇ କଥା ହେବି । ପରେ ନାମାଙ୍କନ ତାରିଖ ସ୍ଥିର କରିବି ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀ ସ୍ୱାଇଁ ୧୯୯୮, ୧୯୯୯, ୨୦୦୪ରେ ବିଜେପି ଟିକଟରୁ ବାଲେଶ୍ୱର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ୨୦୧୯ରେ କନ୍ଧମାଳରୁ ସାଂସଦ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ଏଥର ପୁଣି ବିଜେପି ଟିକଟ୍ରୁ ବାଲେଶ୍ୱରରୁ ସାଂସଦ ଭାବେ ନିର୍ବାଚନ ଲଢ଼ିବା ନେଇ ଆଶାୟୀ ଥିଲେ ।