Odia News Portal

ଟେଷ୍ଟ୍ ସିରିଜରୁ ବାଦ୍ ପଡିଲେ ରାହୁଲ

ସିଡନୀ : ଭାରତୀୟ ଦଳକୁ ବଡ ଝଟକା, ଟେଷ୍ଟ୍ ସିରିଜରୁ ବାଦ୍ ପଡିଲେ କେଏଲ ରାହୁଲ | ଶନିବାର ଦଳର ଅଭ୍ୟାସ ବେଳେ ନେଟରେ ବ୍ୟାଟିଂ କରୁଥିବା ସମୟରେ ତାଙ୍କ ହାତରେ ଆଘାତ ଲାଗିଥିଲା । ଏହାପରେ ସେ ବର୍ଡର-ଗାଭାସ୍କର ଟ୍ରଫିରୁ ବାଦ୍ ପଡିଛନ୍ତି ।

୨୮ ବର୍ଷୀୟ ବ୍ୟାଟସମ୍ୟାନ୍ ତଥା ଓ୍ୱିକେଟ କିପର ରାହୁଲ ସିରିଜର ଶେଷ ଦୁଇଟି ଟେଷ୍ଟ ପାଇଁ ବାଦ୍ ପଡ଼ିଛନ୍ତି । ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ୩ ସପ୍ତାହ ଲାଗିବ । ଆହତ କାରଣରୁ ସେ ଭାରତ ଫେରି ଆସିବେ ଓ ବେଙ୍ଗାଲୁରୁରେ ଅବସ୍ଥିତ ଜାତୀୟ କ୍ରିକେଟ ଆକାଡେମୀରେ ଅଭ୍ୟାସ କରିବେ ।