Odia News Portal

କୋଟିଆରେ ଲାଗିଲା ଓଡ଼ିଶାର ଫଳକ

କୋରାପୁଟ: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଲାଗି ରହିଛି କଳହ । କୋଟିଆରେ ନିର୍ବାଚନ ହେବାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ଆଉ ଏବେ ଫଳକକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । କୋଟିଆରେ ଆନ୍ଧ୍ର ଫଳକ ମାରିବା ପୂର୍ବରୁ ଓଡ଼ିଶା ତରଫରୁ ଫଳକ ଲଗାଗଲା। ଆନ୍ଧ୍ର ସହ ବିବାଦରେ ଥିବା କୋଟିଆ ଅଞ୍ଚଳରେ ଭାଷାଭିତ୍ତିକ ଫଳକ ଲଗାଇଲା ପ୍ରଶାସନ । ନେରେଡି଼ବାଲାସା ଓ ତାଡ଼ିବାଲାସାରେ ଆନ୍ଧ୍ରପ୍ରଦେଶ ଫଳକ ଲଗାଇବା ପୂର୍ବରୁ ଓଡ଼ିଶା ଫଳକ ଲଗାଇଛି ।