Odia News Portal

କୁଆଖାଇ ନଦୀ ପଠାରୁ ଉଦ୍ଧାର ହେଲା ପୋତା ଯାଇଥିବା ମୃତୁଦେହ

ଭୁବନେଶ୍ୱର: ବାଲି ତଳେ ପୁରୁଷଙ୍କ ମୃତଦେହ। ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀ ପଠାରୁ ମୃତଦେହ ଉଦ୍ଧାର ଘଟଣାରେ ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି। ସ୍ୱତନ୍ତ୍ର ସ୍କ୍ଵାଡ ମଧ୍ୟ ତଦନ୍ତ କରୁଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବାଲି ଭିତରୁ ଖୋଳାଯାଉଛି ମୃତଦେହ। ପୁରୁଷ ଜଣଙ୍କୁ ହତ୍ୟା ପରେ ବାଲିରେ ପୋତାଯାଇଥିବା ସନ୍ଦେହ କରାଯାଉଛି। ଗତକାଲି ନଦୀ ପଠାର ବାଲିଯାତ୍ରା ପଡ଼ିଆରେ ଅଧା ପୋତା ମୃତଦେହ ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ସନ୍ଦିଗ୍ଧଙ୍କୁ ତିନି ଚାରି ଦିନ ତଳେ ହତ୍ୟା କରି ନଦୀପଠାରେ ପୋତି ଦିଆଯାଇଥିବା ଅନୁମାନ କରାଯାଉଛି। କିଛିଦିନ ତଳେ ନଦୀପଠାରେ ଦୁଇଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି।

ସାଇଂଟିଫିକ୍ ଟିମ୍ ଉପସ୍ଥିତିରେ ବରିମୁଣ୍ଡ କୁଆଖାଇ ନଦୀ ପଠାରୁ ଉଦ୍ଧାର ହେଲା ମୃତ ଦେହ । ଡିସିପି କହିଲେ ଏମ୍ସରେ ହେବ ଶବ ବ୍ୟବଚ୍ଛେଦ । ଚପଲ, ଡ୍ରେସ ଓ ଏଫଏମ୍ଟି ରିପୋର୍ଟକୁ ନେଇ ଆଗେଇବ ତଦନ୍ତ । ଗତକାଲି ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଲାଇଟ ବ୍ୟବସ୍ଥା କରି ଜଗି ରହିଥିଲା । ସକାଳୁ ସାଇଂଟିଫିକ୍ ଟିମ୍ ଏବଂ ସ୍ପେଶାଲ ସ୍କ୍ୱାର୍ଡ଼ ତଦନ୍ତ କରିଛନ୍ତି । ଥ୍ରିଡ଼ି ସ୍କାନ୍ କରାଯାଇଛି । ଥାନାରେ ହୋଇଥିବା ମିସିଂ ରିପୋର୍ଟ ଅନୁସାରେ ତଦନ୍ତ କରାଯିବ । ମୃତଦେହ ଉଦ୍ଧାର ପରେ ଏହା ଜଣେ ପୁରୁଷଙ୍କ ମୃତଦେହ ବୋଲି ଅନୁମାନ କରାଯାଉଛି ।