ଗୁଳି ଫୁଟାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା । ବାଉରିପଦା ପଞ୍ଚାୟତରେ ଆଜି ଦେବାକୁ ଥିଲା ଭତ୍ତା । ସକାଳ ୯ ଟା ୪୫ ମିନିଟରେ କେନ୍ଦୁଝର HDFC ବ୍ୟାଙ୍କରୁ ବାଉରିପଦା PEO ଏବଂ ADEO ମିଶି ୮ ଲକ୍ଷ ୧୮ ହଜାର ଟଙ୍କା ଉଠାଇ ପଞ୍ଚାୟତ ଅଭିମୁଖେ ବାଇକ ରେ ଯାଉଥିଲେ । ତାଙ୍କୁ ନାଲି ରଙ୍ଗର ପଲସର ତାଙ୍କୁ ପିଛା କରିଥିଲା । ସଦର ଥାନା ମୁକୁନା ବଜାର ଠାରୁ କିଛି ଦୁରରେ ପଲସର ବାଇକ ରେ ଥିବା ତିନି ଜଣ ହଠାତ ତାଙ୍କ ସାମ୍ନାରେ ବାଇକ ରଖି ତାଙ୍କୁ ଟଙ୍କା ଭରା ବ୍ୟାଗ ମାଗିଥିଲେ। ଦୁଇ ଜଣ ଟଙ୍କା ନ ଦେବାରୁ ବନ୍ଧୁକ ବାହାର କରି ଏକ ରାଉଣ୍ଡ ଗୁଳି ଫୁଟାଇ ଥିଲେ । ଗୁଳି ଫୁଟାଇ ଦୁଇ ଅଧିକାରୀଙ୍କ ଦୁଇଟି ବ୍ୟାଗକୁ ଛଡ଼ାଇ ନାଲି ପଲସର ଗାଡ଼ିରେ ବେଲଦା ଅଭିମୁଖେ ପଳାଇଯାଇଥିଲେ । ପରେ PEଠ ଫୋନ ମାଧ୍ୟମରେ ସଦର ବିଡିଓଙ୍କୁ ଅବଗତ କରାଇଥିଲେ । ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
