Odia News Portal

ଦିବ୍ୟାଙ୍ଗଙ୍କ ମୃତ୍ୟୁରେ ପୋଲିସ ଗାଡ଼ି ଜାଳିଦେଲେ

ଭଦ୍ରକ: ଭିନ୍ନକ୍ଷମଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ , ପୋଲିସକୁ ମାଡ଼ ମାରିଲେ, ପୋଲିସ ଗାଡ଼ି ବି ଜାଳିଦେଲେ | ଏହି ଘଟଣାରେ ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଲ୍ଲୀନଗର ଛକରେ ଲାଗି ରହିଛି ନେଇ ଉତ୍ତେଜନା | ପୋଲିସ ମାଡ଼ରେ ଭିନ୍ନକ୍ଷମଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି | ଏହାକୁ ନେଇ ଲୋକେ ଟାୟାର୍ ଜାଳି ରାସ୍ତା ଅବରୋଧ କରିବା ସହ ପୋଲିସ ଗାଡ଼ି ଜାଳି ଦେଇଛନ୍ତି | ମୃତକ ନୟାନନ୍ଦ ପଞ୍ଚାୟତ ହାତୁଆରି ଗାଁର ବାପି ମହାଳିକ |

ସୂଚନା ଅନୁଯାୟୀ- ବାପି ତାଙ୍କ ଭଉଣୀ ଘରକୁ ଯାଇଥିବା ବେଳେ ପୋଲିସ କୌଣସି କାରଣରୁ ତାଙ୍କୁ ଗୋଡ଼ାଇଥିଲା | ମୂକ ବାପି ଦୌଡ଼ିବା ବେଳେ ପୋଖରୀ ଭିତରେ ପଡ଼ି ଯାଇଥିଲେ | ପୋଲିସ ବାପିଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରିବା ପରିବର୍ତ୍ତେ ଅଗ୍ନିଶମ ବାହିନୀକୁ ଅପେକ୍ଷା କରି ରହିଥିଲା |  ପରେ ବାପିଙ୍କୁ ପୋଖରୀରୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା |

ଏଥିରେ ଉତକ୍ଷିପ୍ତ ସ୍ଥାନୀୟ ଲୋକ ମୃତ ଶରୀରକୁ ଧରି ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଅଲ୍ଲୀନଗର ଠାରେ ଅବରୋଧ କରିଛନ୍ତି | ଉତ୍ତ୍ୟକ୍ତ ଲୋକ ପୋଲିସକୁ ମାଡ଼ ମାରିବା ସହ ପିସିଆର୍ ଭ୍ୟାନ୍ ଜାଳି ଦେଇଛନ୍ତି । ତେବେ ଏହି ମୃତ୍ୟୁ ପାଇଁ ପୋଲିସକୁ ଦାୟୀ କରିଛନ୍ତି ପରିବାର ଲୋକ |