Odia News Portal

ଦିଲ୍ଲୀରେ ପୁଣି ଥରେ ଲକଡାଉନ୍ ଅବଧି ବୃଦ୍ଧି ଘୋଷଣା

ଭୁବନେଶ୍ବର: ଦିଲ୍ଲୀରେ ପୁଣି ଥରେ ବଢ଼ିଲା ଲକଡାଉନ୍ ଅବଧି ।ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣିଥରେ ଲକଡାଉନ୍ ଅବଧି ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଦିଲ୍ଲୀରେ ଆଉ ଗୋଟିଏ ସପ୍ତାହ ପାଇଁ ଲକଡାଉନ୍ ଅବଧି ବୃଦ୍ଧି କରାଯାଇଛି । ଏହି ଲକଡାଉନ୍ ମେ ୨୪ ତାରିଖ ସକାଳ ୫ ଟା ଯାଏଁ ବଳବତ୍ତର ରହିବ । ଏହାସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଇଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୫୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ପଜିଟିଭ ହାର ୧୧ ପ୍ରତିଶତରୁ ଖସି ୧୦ ପ୍ରତିଶତରେ ପହଂଚିଛି ।

ସୂଚନା ଅନୁଯାୟୀ, ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏପ୍ରିଲ ୧୮ ତାରିଖରେ ପ୍ରଥମଥର ପାଇଁ ୬ ଦିନିଆ ଲକଡାଉନ୍ ଘୋଷଣା କରିଥିଲେ । ଏହାପରେ ଏହାକୁ କ୍ରମାଗତ ଭାବେ ୫ ଥର ବୃଦ୍ଧି କରାଯାଇଛି ।