ଜନଗଣନା ବାହାନାରେ ଲୁଟ୍ । ମୋବାଇଲ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା । ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗିରିଧରପ୍ରସାଦ ଗାଁରେ ଲୁଟ୍ ହୋଇଛି । ଗାଁର ବୀଭତ୍ସ ପଟ୍ଟନାୟକଙ୍କ ଘରକୁ ଜଣେ ଲୁଟେରା ଜନଗଣନାକାରୀ ବୋଲି ପରିଚୟ ଦେଇ ଆସିଥିଲା । ପରେ ମହିଳାଙ୍କୁ ଆଧାକାର୍ଡ ମାଗିଥିଲା। ମହିଳା ଜଣକ ଆଧାରକାର୍ଡ ଆଣିବାକୁ ଘର ଭିତରକୁ ଯାଇଥିବାବେଳେ ଛୋଟ ଝିଅ ବେକରେ ଛୁରୀ ଲଗାଇଦେଇଥିଲା ଲୁଟେରା । ପରେ ମହିଳାଙ୍କୁ ଫୋନ ଓ ମଙ୍ଗଳସୂତ୍ର ମାଗିଥିଲା । ଭୟରେ ମହିଳା ଜଣକ ମୋବାଇଲ ଓ ମଙ୍ଗଳସୂତ୍ର ଦେଇଦେଇଥିଲେ । ସୁନାଗହଣା ଧରି ଚମ୍ପଟ ମାରିଥିଲା ଲୁଟେରା । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ କରୁଛି ରାସୋଳ ପୋଲିସ ।ଗତ ଦୁଇ ଦିନ ତଳେ ଜନଗଣନାରେ ଯାଇ ଶିକ୍ଷୟିତ୍ରୀ ନିଖୋଜ ହୋଇଯାଇଥିଲେ । ନିଖୋଜ ଶିକ୍ଷୟିତ୍ରୀ ବାରିପଦା ବ୍ଲକ ଢେଙ୍କିନେଞ୍ଜିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜ୍ୟୋତ୍ସ୍ନାରାଣୀ ସାହୁ । ଗତ ୧୮ ତାରିଖ ଶନିବାର ଠାରୁ ଜନଗଣନା କରିବାକୁ ଯାଇ ନିଖୋଜ ଥିଲେ । ଶିକ୍ଷୟତ୍ରୀ ଜଣଙ୍କ ବାରିପଦା ସଦର ଥାନା ଅନ୍ତର୍ଗତ ଢେଙ୍କିନେଞ୍ଜିଆ ସରକାରୀ ୟୁପି ସ୍କୁଲରେ ମାତ୍ର ୬ମାସ ହେବ ନୂତନ ଭାବେ ନିଯୁକ୍ତି ପାଇଥିଲେ । ତେବେ ବାଲେଶ୍ବର ରେଳ ଷ୍ଟେସନ ନିକଟରୁ ଗତକାଲି ନିଖୋଜ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କଲା ପୋଲିସ ।
