Odia News Portal

ପ୍ରେମିକାକୁ ଜାଳିଦେଲା ପ୍ରେମିକ

ବ୍ରହ୍ମପୁର: ପୁଣି ପ୍ରେମ ଭଳି ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ବେଇମାନ ପ୍ରେମିକ, ପ୍ରେମିକାଙ୍କୁ ଡାକିଦେଇ ଜୀଅନ୍ତା ଜାଳିଦେଲା । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପାତ୍ରପୁର ଗାଁରୁ ଆସିଛି ଏଭଳି ଖବର । ଶୁଭଶ୍ମିତା ଖାଡ଼ଙ୍ଗା ନାମକ ଜଣେ ଯୁବତୀଙ୍କୁ ସ୍ପିରିଟ୍ ପକାଇ ପୋଡ଼ି ଦେଇଛି ପ୍ରେମିକ କୃଷ୍ଣଚନ୍ଦ୍ର ସାହୁ । ପୋଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ପଚରା ଉଚରା କରୁଛି । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକତ୍ସିତ ହେଉଥିବା ବେଳେ ଯୁବତୀଙ୍କ ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ମୁତାବକ, ଶୁଭସ୍ମିତା ଏବଂ କୃଷ୍ଣଚନ୍ଦ୍ରଙ୍କ ମଧ୍ୟରେ ୪ବର୍ଷ ହେବ ସମ୍ପର୍କ ଥିଲା । ସେମାନେ କଲେଜରେ ପାଠ ପଢ଼ିବା ବେଳୁ ପ୍ରେମ କରୁଥିଲେ । ଜାତି ନୀତି ଲାଗି ବିବାହରେ ଅରାଜିଥିଲେ କୃଷ୍ଣଙ୍କ ପରିବାର । ତାଙ୍କ ମାମୁଁ ଝିଅ ସହ ପରିବାର ଲୋକେ ବିବାହ ଠିକ କରିଥିଲେ । ଏହାପରେ ଧିରେ ଧିରେ ସେ ଶୁଭସ୍କିତାଙ୍କୁ ଧିରେ ଧିରେ ଭୁଲିବାକୁ ଲାଗିଥିଲେ । ତେବେ ବିବାହ ପରେ କାଳେ ସେ କିଛି ଅସୁବିଧା ସୃଷ୍ଟି କରିବେ ସେଥିଲାଗି ଚକ୍ରାନ୍ତ କରି ଗାଁ ଡାକି ଏକ ପରିତ୍ୱକ୍ତ ମିଲଘରେ ତାଙ୍କୁ ଜୀଅନ୍ତା ଜାଳିଦେଇଛି ଅଭିଯୁକ୍ତ ।