Odia News Portal

ଲଭଲିନାଙ୍କୁ ବ୍ରୋଞ୍ଜ

ଟୋକିଓ : ସେମିରେ ହାରିଲେ ମହିଳା ବକ୍ସର ଲଭଲିନା । ୬୯ କେଜି ବର୍ଗ ସେମିରେ ତୁର୍କୀ ପ୍ରତିଦ୍ୱନ୍ଦୀଙ୍କ ଠାରୁ ହାରିଲେ । ବ୍ରୋଞ୍ଜ ପଦକରେ ସୀମିତ ରହିଲା ଲଭଲିନାଙ୍କ ସଫଳତା । ବକ୍ସିଂ ସେମିଫାଇନାଲ୍ ରେ ହାରିଯାଇଛନ୍ତି ଲଭଲୀନା । ତୁର୍କି ପ୍ରତିଦ୍ୱନ୍ଦୀ ବୁସେନାଜ୍ ସୁରମେନେଲୀଙ୍କ ସହ ମୁକାବିଲାରେ ହାରିଛନ୍ତି ଲଭଲୀନା । ଲଭଲୀନାଙ୍କ ମ୍ୟାଚ ସମୟରେ ଆସାମ ବିଧାନସଭାର କାର୍ଯ୍ୟ ୩୦ ମିନିଟ ଯାଏଁ ସ୍ଥଗିତ ରଖାଯାଇଥିଲା । ମହିଳା ଓ୍ୱେଟଲିଫ୍ଟର ବର୍ଗ କ୍ୱାର୍ଟର ଫାଇନାଲରେ ଚୀନ ତାଇପେ ପ୍ରତିଯୋଗି ନିଏନ ଚୀନକୁ ହରାଇ ଭାରତକୁ ପଦକ ସୁନିଶ୍ଚିତ କରାଇଥିଲେ । ଆଜି ସେମିରେ ବିଶ୍ୱ ଚାମ୍ପିଅନ୍ ତୁର୍କୀର ବୁସେନାଜ ସୁରମେନେଲୀଙ୍କ ସହ ମୁକାବିଲା ହୋଇଥିଲା । ସୂଚନା ଥାଉକି, ୨ ଥର ବିଶ୍ୱ ଚାମିଅନସିପରେ କାଂସ୍ୟ ପଦକ ବିଜେତୀ ଲଭଲୀନା ଆସାମର ପ୍ରଥମ ମହିଳା ଯିଏକି ଅଲିମ୍ପିକରେ କ୍ୱାଲିଫାଏ କରିଛନ୍ତି ।