Odia News Portal

ଘନିଭୂତ ହେଉଛି ଲଘୁଚାପ, ରାଜ୍ୟରେ ପ୍ରବଳ ଛେଚିବ

ଭୁବନେଶ୍ୱର:ସକାଳୁ ସକାଳୁ କୁଟୁଛି ବର୍ଷା । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆରମ୍ଭ ହୋଇଗଲାଣି ବର୍ଷା । ସେପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହେଉଛି । ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେଉଛି ଲଘୁଚାପ । ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବେଙ୍ଗୋପସାଗରରେ ପରିଣତ ହେଲା ଲଘୁଚାପ ।୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ୮ଟି ଜିଲ୍ଲାକୁ ଅରେଞ୍ଜ ଓ ୯ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।୧୪ ତାରିଖ ଯାଏ ସମୁଦ୍ରକୁ ନ ଯିବାକୁ ମତ୍ସଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।