Odia News Portal

ରକ୍ଷା କର୍ତ୍ତାଙ୍କ ହାତର ଜାଦୁ; ଏକା ସମୟରେ ସଫଳ କଲେ ହାର୍ଟ ସର୍ଜରୀ ଓ ଡେଲିଭରି

ଉତ୍ତରପ୍ରଦେଶର ଲଖନଉରେ ଥିବା କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟି (କେଜିଏମୟୁ) ର ଡାକ୍ତରମାନେ ସଫଳତାର ସହ ଜଣେ ରୋଗୀଙ୍କର ହାର୍ଟ ସର୍ଜରୀ ଏବଂ ସିଜରିଆନ୍ ଡେଲିଭରି କରିଛନ୍ତି। କେଜିଏମୟୁ ମୁଖପାତ୍ର ଡ଼.ସୁଧୀର ସିଂ କହିଛନ୍ତି, “ଉତ୍ତରପ୍ରଦେଶରେ ଏହା ପ୍ରଥମ ଥର ଗର୍ଭବତୀ ମହିଳାଙ୍କର ଏପରି ଜଟିଳ ଅପରେସନ କରାଯାଇଥିଲା। ଉଭୟ ମା ଏବଂ ନବଜାତ ଶିଶୁ ସୁସ୍ଥ ଅଛନ୍ତି। ତାଙ୍କ ସୂଚନା ମୁତାବକ ଜଣେ ୨୭ ବର୍ଷ ବୟସ୍କା ରୋଗୀ ଗୁରୁତର ହୃଦଘାତର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ |

ଆଉ ସେ ଗର୍ଭବତୀ ଥିବାବେଳେ ତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା | ଡାକ୍ତର ସୁଧୀର ସିଂ କହିଛନ୍ତି ଯେ ଗର୍ଭାବସ୍ଥାରେ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଉତ୍ତରପ୍ରଦେଶର ଅନେକ ଡାକ୍ତରଖାନା ପରେ କେଜିଏମୟୁ ପଠାଯାଇଥିଲା। । ଏହିପରି ଅଧିକାଂଶ ରୋଗୀ ବେହୋସ ହୋଇପଡନ୍ତି | ତେବେ ମହିଳାଙ୍କ ପ୍ରସବ କରିବା ଏକ ବଡ ଆହ୍ୱାନ ଥିଲା । ସି-ସେକ୍ସନ୍ ଏବଂ ହାର୍ଟ ସର୍ଜରୀ ସମୟରେ ଶିଶୁଟିର ମୃତ୍ୟୁ ହେବାର ଆଶଙ୍କା ଥିବାରୁ । ପ୍ରସୂତି ବିଶେଷଜ୍ଞ, ହୃଦ୍‌ରୋଗ ଆନାସ୍ଥେଟିଷ୍ଟ ଏବଂ ହୃଦ୍‌ରୋଗ ସର୍ଜନଙ୍କ ଏକ ଟିମ ଗଠନ କରାଯାଇଥିଲା | ଏହାପରେ ଏକା ସମୟରେ ସିଜରିଆନ୍ ସହ ହୃତପିଣ୍ଡ ସର୍ଜରୀ କରି ମହିଳା ଏବଂ ତାଙ୍କ ଶିଶୁକୁ ବଞ୍ଚାଯାଇଥିଲା | ଏବେ ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି |