Odia News Portal

ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ମା’ ବିରାଜଙ୍କ ମନ୍ଦିର,କରୋନା କଟକଣାରେ ଦର୍ଶନ କରିବେ ଭକ୍ତ

ଆସନ୍ତା ୨୯ ତାରିଖରେ ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରାଜଙ୍କ ମନ୍ଦିର। ଏନେଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ତେବେ ନୂଆବର୍ଷ କୁ ଦୃଷ୍ଟିରେ ରଖି ଆସନ୍ତା ଜାନୁଆରୀ ୧,୨ ଏବଂ ୩ ତାରିଖ ମା’ ବିରାଜଙ୍କ ମନ୍ଦିର ବନ୍ଦ ରହିବ।

କରୋନା କଟକଣା ମଧ୍ୟରେ ମନ୍ଦିରରେ କୌଣସି ବିବାହ କାର୍ଯ୍ୟ କରାଯିବ ନାହିଁ। କେବଳ ପିଣ୍ଡାଦାନ କରିପାରିବେ । ସକାଳ ୬ଟାରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲା ରହିବ। ମୁହଁରେ ମାସ୍କ ସହ ସାମାଜିକତା ଦୂରତା ନିୟମ ମାନି ବିରଜା ମନ୍ଦିରରେ ପ୍ରବେଶ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।