Odia News Portal

ଘରୋଇ କଳିରୁ ମହାଭାରତ, ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା ସ୍ବାମୀ

ଘରୋଇ କଳିରୁ ମହାଭାରତ । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା ସ୍ବାମୀ । ଗୁରୁତର ଅବସ୍ଥାରେ ମହିଳା ଜଣଙ୍କ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ, ଖଇରପୁଟି ଗାଁରେ ଘଟିଛି ଏଭଳି ଘଟଣା । ସ୍ବାମୀ ସଞ୍ଜୟ ବିଷୋୟୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇନଥିବା କହିଛନ୍ତି, ଥାନାଧିକାରୀ ।ସୂଚନାଯୋଗ୍ୟ, ଚାରିମାସ ତଳେ ଛତିଶଗଡ଼ର ବଳରାମପୁର ଜିଲ୍ଲାରୁ ଘରୋଇ ହିଂସାର ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା । ଖାଇବା ଠିକ୍ ସମୟରେ ନମିଳିବାରୁ ସ୍ବାମୀ ମୁଣ୍ଡକୁ ପିତ୍ତ ଚଢ଼ିଗଲା । ରାଗରେ ଭୁଲିଗଲା ହିତାହିତ ଜ୍ଞାନ । ନୃଶଂସ ହୋଇଗଲା ସ୍ବାମୀ । ତାତାପାଣି ଥାନା ଅଞ୍ଚଳରେ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିଲା । ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ହେପାଜତକୁ ପଠାଇ ଦେଇଥିଲା ।