Odia News Portal

ଆରମ୍ଭ ହେଲା ମହାଲିଙ୍ଗ କଲେଜରେ ପାଠପଢା

ଗୋବିନ୍ଦ ସାହୁଙ୍କ ମହାଲିଙ୍ଗ ସନସାଇନ୍ କଲେଜରେ ଆରମ୍ଭ ହେଲା ପାଠ ପଢା । ଯୁକ୍ତ ଦୁଇ ପିଲା କଲେଜ ଯାଇ କ୍ଲାସ କରୁଛନ୍ତି । ଆଜି ସକାଳୁ କଲେଜରେ ପାଠପଢା ଆରମ୍ଭ ହୋଇଛି । ସେପଟେ କଲେଜର ପରିଚାଳନା କମିଟି ଭାଙ୍ଗିଛି । ଗତକାଲି ପରିଚାଳନା କମିଟିକୁ ଭାଙ୍ଗି ଦିଆଯାଇଛି । ନୂଆ ପରିଚାଳନା କମିଟି ଗଠନ ନେଇ ଆସନ୍ତାକାଲି କଲେଜର କର୍ମଚାରୀମାନେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପିଲାମାନଙ୍କ ଭବିଷ୍ୟତ ଯେପରି ନଷ୍ଟ ନହୁଏ, ସେଥିପାଇଁ କଲେଜକୁ ବନ୍ଦ ନକରିବାକୁ ଦାବି କରିଛନ୍ତି କଲେଜ କର୍ମଚାରୀ । କଲେଜ ବନ୍ଦ ହେଲେ ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ହୋଇଯିବ । ଏହା ସହ କଲେଜରେ ଥିବା ୬୦ରୁ ଅଧିକ କର୍ମଚାରୀ ସେମାନଙ୍କ ରୋଜଗାର ହରାଇବେ । ତେଣୁ କଲେଜ ବନ୍ଦ ନକରିବାକୁ ରାଜ୍ୟ ସରକାରଙ୍କୁ ଦାବି ଜଣାଇବେ ବୋଲି କହିଛନ୍ତି ସନ୍ସାଇନ୍ କଲେଜର କର୍ମଚାରୀ । ମମିତା ହତ୍ୟା ମାମଲାରେ ଗୋବିନ୍ଦ ସାହୁ ଗିରଫ ହେବା ଗତକାଲି ପରିଚାଳନା କମିଟିକୁ ଭାଙ୍ଗି ଦିଆଯାଇଛି । ନୂଆ ପରିଚାଳନା କମିଟି ଗଠନ ନେଇ ଆସନ୍ତାକାଲି କଲେଜର କର୍ମଚାରୀମାନେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପିଲାମାନଙ୍କ ଭବିଷ୍ୟତ ଯେପରି ନଷ୍ଟ ନହୁଏ, ସେଥିପାଇଁ କଲେଜକୁ ବନ୍ଦ ନକରିବାକୁ ଦାବି କରିଛନ୍ତି କଲେଜ କର୍ମଚାରୀ । ପରେ କିଛି ଅଭିଭାବକ ଓ ଛାତ୍ରଛାତ୍ରୀ ଟିସି ନେବା ପାଇଁ କଲେଜରେ ପହଂଚିଥିଲେ । ସନସାଇନ୍ କଲେଜ ବଦନାମ ହୋଇଯିବା ପରେ କଲେଜ ଛାଡ଼ି ଦେବାକୁ ଚାହିଁଥିଲେ ଛାତ୍ରଛାତ୍ରୀ । ଅଭିଭାବକମାନେ କହିଥିଲେ ଏଠାରେ ପାଠ ପଢ଼ିଲେ ତାଙ୍କ ପିଲାଙ୍କ ଭବିଷ୍ୟତ ଖରାପ ହୋଇଯିବ ।