Odia News Portal

ମା’ଙ୍କ ଉପସ୍ଥିତିରେ ମାସେ କାଳ ନାବାଳିକାଙ୍କୁ ଗଣଦୁଷ୍କର୍ମ

ମାହାଙ୍ଗା: ମାସେ କାଳ ନାବାଳିକାଙ୍କୁ ଗଣଦୁଷ୍କର୍ମ । ମା’ଙ୍କ ଉପସ୍ଥିତିରେ ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତଙ୍କ ସହ ମା’ଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା । ୪/୫ ଜଣ ଲୋକ ଘରେ ପଶି ଜୋରଜବରଦସ୍ତ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମାହାଙ୍ଗା ଥାନା ଇଲାକାରୁ ଆସିଛି ଏମିତି ସ୍ପର୍ଷକାତର ଘଟଣା । ପୀଡିତାଙ୍କ ବାପାଙ୍କର ବହୁ ପୂର୍ବରୁ ଦେହାନ୍ତ ହୋଇ ସାରିଥିବା ବେଳେ ବଡ ଭଉଣୀ ବିବାହ କରି ସାରିଛନ୍ତି । ତେବେ ଘରେ ମା ଝିଅ ଏକାକୀ ରହୁଥିବା ବେଳେ କିଛି ଜଣ ଅସାମାଜିକ ବ୍ୟକ୍ତି ତାଙ୍କ ଘରକୁ ଯାଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ଏନେଇ ପୀଡିତାଙ୍କ ଭଉଣୀ ଜାଣିବା ପରେ ମାହାଙ୍ଗା ଥାନାରେ ଏତଲା ଦେଇଛନ୍ତି । ଗଲା ୨୫ ତାରିଖରୁ ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ନ୍ୟାୟ ଦେବାରେ ବିଫଳ ହୋଇଛି ବୋଲି ପୀଡିତା କହିଛନ୍ତି ।