ଶନିବାର ବିଳମ୍ବିତ ରାତିରେ ମୋହନ ସରକାର ଆଇପିଏସ (IPS) ଓ ଓପିଏସ (OPS) ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୧୪ ଜଣ IPS ଓ ୪ ଜଣ OPS ଅଫିସରଙ୍କ ବଦଳି ହୋଇଛି । ୧୦ ଜିଲ୍ଲାରେ ନୂଆ ଏସପି ନିଯୁକ୍ତି ଦେଇଛନ୍ତି ସରକାର । ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ତ୍ରିଲୋଚନ ମାଝୀଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଓ ଅପରାଧ ନିୟନ୍ତ୍ରଣ ଦିଗରେ ଏସପି ସ୍ତରରେ ବଦଳି ସହାୟକ ହେବ ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି ।ବିଗତ କିଛିଦିନ ହେବ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ନିନ୍ଦିତ ହୋଇଛନ୍ତି ସରକାର । ସମାଲୋଚିତ ହୋଇଛି ପୋଲିସ । ଆଇନ ଶୃଙ୍ଖଳା ପରିସ୍ଥିତିର ସୁଧାର ଆଣିବା ପାଇଁ ରାଜ୍ୟ ସରକାର ଶନିବାର ବିଳମ୍ବିତ ରାତ୍ରିରେ ଏସପି ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୧୦ ଜିଲ୍ଲା ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, ରାୟଗଡ଼ା, ଗଜପତି, ବୌଦ୍ଧ, ନବରଙ୍ଗପୁର, କନ୍ଧମାଳ, ବରଗଡ଼ ଓ ଦେବଗଡ଼ରେ ନୂଆ ଏସପିଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର
ଗୃହ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ନବରଙ୍ଗପୁର ଏସପି ଥିବା ୨୦୧୨ ବ୍ୟାଚର ମଡକର ସନ୍ଦୀପ ସମ୍ପତଙ୍କୁ ପଦୋନ୍ନତି ମିଳିଛି । ସେ ସିବି ସିଆଇଡି କଟକର ଡିଆଇଜି ଭାବେ ବଦଳି ହୋଇଛି । ସିବି ସିଆଇଡିର ଏସପି ଥିବା ୨୦୧୩ ବ୍ୟାଚର ପରମାରସ୍ମିତ ପରଷୋତ୍ତମଦାସଙ୍କୁ ନୟାଗଡ଼ ଏସପି ଭାବେ ବଦଳି କରାଯାଇଛି । ଖୋର୍ଦ୍ଧା ଏସପି ଥିବା ୨୦୧୪ ବ୍ୟାଚର ଆଇପିଏସ ବିବେକାନନ୍ଦ ଶର୍ମାଙ୍କୁ ସିବି ସିଆଇଡି, କଟକ ଏସପି ଭାବେ ବଦଳି କରାଯାଇଛି । ବରଗଡ଼ ଏସପି ଥିବା ୨୦୧୭ ବ୍ୟାଚର ପ୍ରହ୍ଲାଦ ସହାୟ ମୀନାଙ୍କୁ ଗଜପତି ଏସପି ଭାବେ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର ।
Sign in
Sign in
Recover your password.
A password will be e-mailed to you.
