Odia News Portal

ରାଜ୍ୟ ବାହାରୁ ଟ୍ରେନରେ ଘରକୁ ଫେରୁଥିବା ବେଳେ ଯୁବକ ନିଖୋଜ , ଥାନାରେ ଅଭିଯୋଗ କଲେ ପତ୍ନୀ

ରାଜ୍ୟ ବାହାରୁ ଟ୍ରେନ ଯୋଗେ ଘରକୁ ଫେରୁଥିବା ବେଳେ ଯୁବକ ନିଖୋଜ । ରୋଜଗାରିଆ ପୁଅକୁ ଖୋଜିବା ପାଇଁ ପରିବାର ଲୋକେ ଉଦ୍ୟମ କରୁଥିଲେ ମଧ୍ୟ ଏ ଯାଏଁ କୌଣସି ସୂଚନା ମିଳିପାରି ନାହିଁ । ଯାଜପୁର ଜିଲ୍ଲା ଦଶରଥପୁର ଥାନାରେ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ମଧ୍ୟପ୍ରଦେଶର  ରାୟପୁରରୁ ଟ୍ରେନରେ ଘରକୁ ଫେରୁଥିଲେ ଯୁବକ । ଦଶରଥପୁର ଥାନା କସପା ଗାଁ ହାଟସାହି ଅଂଚଳର କେସଵ ଚନ୍ଦ୍ର ବେହେରାଙ୍କ ପୁଅ ପ୍ରଶାନ୍ତ ବେହେରା  । ମଧ୍ୟପ୍ରଦେଶରେ ରାୟପୁର ଠାରେ ଥିବା ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ପ୍ରଶାନ୍ତ । ସେ ଗତ ୨୦ ତାରିଖ ସକାଳ ୫ ଟାରେ ରାୟପୁରରୁ ପୁରୀ ଅଭିମୁଖେ ଟ୍ରେନରେ ଘରକୁ ବାହାରିଥିଲେ।

ଏ ସମ୍ପର୍କରେ ପରିବାର ଲୋକଙ୍କୁ ସେ  ଜଣାଇଥିଲେ l ଘରେ ପହଂଚିବାରେ ବିଳମ୍ବ ହେବାରୁ ପତ୍ନୀ ସସ୍ମିତା ସ୍ୱାମୀ ପ୍ରଶାନ୍ତଙ୍କ ମୋବାଇଲରେ ଯୋଗାଯୋଗ କରିଥିଲେ l ପରେ ତାଙ୍କ ମୋବାଇଲ ସୁଇଜଅଫ ଆସିଥିଲା  l ପରିବାର ପକ୍ଷରୁ ପ୍ରଶାନ୍ତ କାର୍ଯ୍ୟକରୁଥିବା କମ୍ପାନୀ ସମେତ ବିଭିନ୍ନ ସ୍ଥାନରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ସୂଚନା ମିଳିପାରି ନାହିଁ ।  ଏନେଇ ପରିବାର ତରଫରୁ ରାୟପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି  l ତାଙ୍କ ପତ୍ନୀ ସସ୍ମିତା ବେହେରା ଦଶରଥପୁର ଥାନାରେ ମଧ୍ୟ ସ୍ୱାମୀଙ୍କ ନିଖୋଜ ନେଇ ଅଭିଯୋଗ କରିଛନ୍ତି ।