Odia News Portal

ମାନସ ଦାସଙ୍କ ଘରେ ପୋଲିସ ରେଡ

ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ଘରେ ରେଡ଼୍ କଲା ପୋଲିସ୍ । ନିଜକୁ ଗୁରୁଜୀ ଆଖ୍ୟା ଦେଇଥିବା ମାନସଦାସ ଙ୍କ ଭୁବନେଶ୍ୱର ଘରେ ଯାଞ୍ଚ କରୁଛି ଖୋର୍ଦ୍ଧା ପୋଲିସ୍ ।ଏନେଇ ସୁଚନା ଦେଇଛନ୍ତି ଖୋର୍ଦ୍ଧା ଏସଡ଼ିପିଓ ସୁଶିଲ ମିଶ୍ର । 

କେବଳ ଏତିକି ନୁହେଁ ଦୀର୍ଘ ଦିନରୁ ଚାଲି ଆସୁଥିବା ଏହି ମାନବବାଦ ସଂଗଠନ ରେଜିଷ୍ଟ୍ରେସନ୍ ହୋଇଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରୁଛି ଏସଡ଼ିପିଓ ।ଏହା ସହିତ ଅର୍ଥନୌତିକ କାରବାର ଉପରେ ମଧ୍ୟ ତଦାରଖ ଚାଲିଛି ।

 ତାଙ୍କ ଘରୁ କିଛି ଫଟୋ,ବ୍ୟାନର ମଧ୍ୟ ମିଳିଥିବା ସୁଚନା ରହିଛି । ସୁଚନା ଅନୁସାରେ ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ମାନସ ଦାସ । ଅପହରଣ ,ହତ୍ୟା ,ପ୍ରମାଣ ନଷ୍ଟ, ଆଦି ଦଫା ଲାଗି ତାଙ୍କୁ ଗିରଫ କରାଯାଇଛି । 

କେବଳ ଏତିକି ନୁହେଁ ଏହି ମାମଲାରେ ତାଙ୍କ ପୁଅକୁ ମଧ୍ୟ ଗିରଫ କରିଛି ପୋଲିସ୍ । ତାଙ୍କ ବିରୋଧରେ ଖୋର୍ଦ୍ଧାରୁ ମଧ୍ୟ ଜଣେ ଯୁବକ ତାଙ୍କ ଜୀବନ ଓ ପରିବାର ଲୋକଙ୍କ ଜୀବନ ବିପଦରେ ଥିବା କହି ଅଭିଯୋଗ ଆଣିଥିଲେ । 

ନିଜକୁ ଗୁରୁଜୀର ଆଖ୍ୟା ଦେଇ ଭଦ୍ରମୁଖା ପିନ୍ଧି ଲୋକଙ୍କ ମଧ୍ୟରେ ଜାତିଗତ ଭିନ୍ନତା ଉପରେ ପ୍ରବଚନ ଦେଉଥିଲେ । ଏପରିକି ସଂଗଠନ ନାଁରେ ବାଣ୍ଟୁଥିବା କାର୍ଡ଼ରେ ଲୋକଙ୍କୁ ଖରାପ ମାର୍ଗରେ ଯିବା ପାଇଁ କିଛି ସ୍ଲୋଗାନ୍ ମଧ୍ୟ ଲେଖାଯାଇଥିଲା ।