Odia News Portal

ମନୀଷ ହତ୍ୟା ମାମଲା: ଅଟକ ୩ ଜଣଙ୍କୁ ପୋଲିସର ଜେରା

ଫୁଲବାଣୀ ଅଫିସ,୧୩।୧୦: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ତଥା ନିର୍ଭୟର ପରିଚାଳନା ସମ୍ପାଦକ ମନୀଷ ଅନୁରାଗଙ୍କ ହତ୍ୟା ମାମଲରେ ଟାଉନ ଥାନା ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସେମାନଙ୍କ ମଧ୍ୟରୁ ୨ ଜଣ ବୁଧବାର ପାହାନ୍ତିଆରୁ ଆତ୍ମସମର୍ପଣ କରିଛନ୍ତି। ପୂର୍ବରୁ ଅନ୍ୟ ଜଣେ, ଯିଏ ଏକ ଘରୋଇ ଚ୍ୟାନେଲ୍‌ର ସାମ୍ବାଦିକ ତାଙ୍କୁ ପୋଲିସ ସୋମବାର ରାତିରେ ଘରୁ ଉଠେଇ ଆଣିବା ପରେ ଭୁବନେଶ୍ୱର ନେଇ ଯାଇଛି। ଆତ୍ମସମର୍ପଣ କରିଥିବା ଫୁଲବାଣୀ ସହରର ଦୁଇ ଜଣଙ୍କୁ ପୋଲିସ ପଚରାଉଚରା କରୁଛି। ଅଧିକ ତଦନ୍ତ ପାଇଁ ଭୁବନେଶ୍ୱରରୁ ଏକ ପୋଲିସ ଟିମ୍‌ ଆସୁଥିବା ଫୁଲବାଣୀ ଏସ୍‌ଡିପିଓ ମହେନ୍ଦ୍ର ନାଥ ମୁର୍ମୁ ସୂଚନା ଦେଇଛନ୍ତି ।