Odia News Portal

ନିଲମ୍ବନ କରି ମୋତେ ଆଗକୁ ବଢିବାକୁ ସଙ୍କେତ ଦେଇଛନ୍ତି: ମନ୍ମଥ

କଂଗ୍ରେସରୁ ନିଲମ୍ବନକୁ ନେଇ ତାଚ୍ଛଲ୍ୟ କଲେ ସୁରଙ୍କ ପୁଅ ମନ୍ମଥ । ରାଜ୍ୟ କଂଗ୍ରେସ ଓ ବିଧାୟକ ସାଲୁଜାଙ୍କ ଉପରେ ଧୂମ୍ ବର୍ଷିଲେ ମନ୍ମଥ ରାଉତରାୟ । ମୁଁ ସନ୍ତୋଷ ସିଂ ସାଲୁଜାଙ୍କ ଜଣେ ବିଜ୍ଞ ବ୍ୟକ୍ତି ବୋଲି ଭାବୁଥିଲି । ମୋ ବ୍ୟାକ୍‌ଗ୍ରାଉଣ୍ଡ ନଜାଣି ମୋତେ ପିସିସି ସଦସ୍ୟ କରିଥିଲେ ।

ମୁଁ ଜଣେ କେନ୍ଦ୍ର ସରାକରୀ କର୍ମଚାରୀ, ଏକଥା ଭେରିଫାଏ କରିବା କଥା । ପ୍ରଥମ ତ ମୋତେ ସଦସ୍ୟ କରିବା ଭୁଲ୍ ଥିଲା ଆଉ ଏବେ ଭୁଲ୍ ଉପରେ ଭୁଲ୍ । ଭୁଲରେ ସଦସ୍ୟ କଲେ ଆଉ ଏବେ ସସ୍‌ପେଣ୍ଡ କରି ଆଉଥରେ ଭୁଲ୍ କଲେ । ଭଲ ହେଲା ମୋତେ ଆଉ ରେକ୍ଟିଫାଏ କରିବା ଦରକାର ନାହିଁ । ବାପାଙ୍କ ସହ ବସି ଏ ବିଷୟରେ ଆଉ କଥା ହେବା ଦରକାର ନାହିଁ । ନିଲମ୍ବନ କରି ସେମାନେ ମୋତେ ଆଗକୁ ବଢିବାକୁ ସଙ୍କେତ ଦେଇଛନ୍ତି ।