Odia News Portal

ମାଲକାନଗିରିରେ ମାଓବାଦୀଙ୍କ ଉନ୍ମତ କାଣ୍ଡ

ମାଲକାନିଗିରି: ମାଲକାନିଗିରି ମାଓବାଦୀଙ୍କ ଉନ୍ମତ କାଣ୍ଡ । ପ୍ରଜାକୋର୍ଟରେ ଦେଲେ ମୃତ୍ୟୁଦଣ୍ଡ । ମାଲକାନିଗିରି ଜିଲ୍ଲା ମହୁପଦର କେରିମିଟି ଗାଁରେ ପ୍ରଜାକୋର୍ଟରେ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଆନନ୍ଦ ।
ସୂଚନା ଅନୁସାରେ ଗତ ଗୁରୁବାର ଦିନ ଆନନ୍ଦଙ୍କୁ ଘରୁ ଡାକି ନେଇଥିଲେ ମାଓବାଦୀ ।ଶୁକ୍ରବାର ଦିନ ନିସ୍ତୁକ ମାଡ ମାରିବା ସହ ଶନିବାର ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେଇଥିଲେ । ହତ୍ୟା ପରେ ମୃତଦେହକୁ ଜାଳିଦେଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଜାଣିବା ପରେ ତଦନ୍ତ କରୁଛି ପୋଲିସ।