Odia News Portal

କନ୍ଧମାଳରେ ମାଓ ତାଣ୍ଡବ

କନ୍ଧମାଳ:କିଛିଦିନର ବ୍ୟବଧାନ ପରେ ପୁଣିଥରେ କନ୍ଧମାଳରେ ମାଓତାଣ୍ଡବ। କନ୍ଧମାଳ ଜିଲ୍ଲା ତୁମଡ଼ିବନ୍ଧ ବ୍ଳକ ଭଣ୍ଡରଙ୍ଗୀ ପଂଚାୟତରେ ମାଓବାଦୀମାନେ ଦୁଇଜଣଙ୍କ ଗଳାକାଟି ହତ୍ୟା କରିଛନ୍ତି। ହେଉଁଥିବାପାଇଁ ଭୟଭିତ ଅଛନ୍ତି ଅଞ୍ଚଳବାସୀ। ପଞ୍ଚାୟତ ନିର୍ବାଚନ କାରଣରୁ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି। ଗତ କିଛି ଦିନ ତଳେ ପଞ୍ଚାୟତ ନିର୍ବାଚନ ଭୋଟ ବର୍ଜନ କରିବା ପାଇଁ ମାଓବାଦୀମାନେ ପୋଷ୍ଟର ଓ ବ୍ୟାନର ଲଗାଇଥିଲେ ।
ଗତ କିଛିମାସ ତଳେ ଏହି ପଞ୍ଚାୟତର ସରପଞ୍ଚଙ୍କ ପୁଅକୁ ମାଓବାଦୀମାନେ ଗଳାକାଟି ହତ୍ୟା କରିଥିଲେ। କେବଳ ସେତିକି ନୁହେଁ ଗତ ସପ୍ତାହରେ ମାଓବାଦୀ ମାନେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡୀଙ୍ଗିଆ ପଂଚାୟତ ଅନ୍ତର୍ଗତ କୀଆମୁଣ୍ଡା ଗାଁରେ ପୋଷ୍ଟର ଓ ବ୍ୟାନର୍ ଲଗାଇବା ସହ ରାସ୍ତା କରୁଥିବା ଠିକାଦାରଙ୍କ ଜେ ସି ବି ଓ ଟ୍ରାକଟର ଆଦି ପୋଡି ଦେଇଥିଲେ ।ଏହା ବ୍ୟତୀତ ଲାଣ୍ଡ ମାଇନ ବିସ୍ଫୋ ରଣରେ ଜଣଙ୍କ ମୃତ୍ୟୁ ମଧ୍ୟ ଘଟି ଥଲା । ମାଓ ହମଲା ଫଳରେ ତୁମୁଡିବନ୍ଧ ବ୍ଳକ ଅଂଚଳ ରେ ନିରପେକ୍ଷ ଭୋଟ ଗ୍ରହଣ ନେଇ ସନ୍ଦେହ ସୃଷ୍ଟି ହୋଇଛି ।