Odia News Portal

କନ୍ଧମାଳରେ ପୋଲିସ ମାଓବାଦୀ ଗୁଳି ବିନିମୟ

ପୋଲିସ ମାଓବାଦୀ ଗୁଳି ବିନିମୟ |କନ୍ଧମାଳ ଗୋଛାପଡ଼ା ବୀରେନି ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଛି ଗୁଳି ବିନିମୟ | ମାଓବାଦୀ କ୍ୟାମ୍ପର ଖବର ପାଇ ପୋଲିସ କରିଥିଲା କମ୍ବିଂ ଅପରେସନ | ଏସଓଜି ଓ ଡିଭିଏଫ୍ ପକ୍ଷରୁ ମିଳିତ ଭାବେ କରାଯାଇଥିଲା ଏହି କମ୍ବିଂ ଅପରେସନ | କମ୍ବିଂ ବେଳେ ପ୍ରଥମେ ମାଓବାଦୀମାନେ ଗୁଳି ଚାଳନା କରିଥିଲେ | କିନ୍ତୁ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଖସି ଯାଇଥିଲେ ୮ରୁ ୧୦ ମାଓବାଦୀ |

ଘଟଣା ସ୍ଥଳରେ ପୋଲିସ ଜଣେ ମିଲିସିଆଙ୍କୁ ଅଟକ ରଖି ପଚରାଉଚରା କରୁଛି | ତେବେ ଖସିଯାଇଥିବା ମାଓବାଦୀ କେକେବିଏନ୍ ସଦସ୍ୟ ହୋଇଥିବା ସନ୍ଦେହ କରାଯାଉଛି |ପୋଲିସ ଘଟଣା ସ୍ଥଳରୁ ୨ ଦେଶୀ ବନ୍ଧୁକ,୧ ରେଡ଼ିଓ, ଔଷଧ ଓ କିଛି ଖାଦ୍ୟ ଜିନିଷ ଜବତ କରିଛି | ଗୁଳି ବିନିମୟ ନେଇ କନ୍ଧମାଳ ଏସ୍‍ପି ବିନୀତ ଅଗ୍ରୱାଲ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି |