Odia News Portal

୨ ହଜାର ଦର୍ଶକରେ ଦୁଲୁକିବ ଯାତ୍ରା ପେଣ୍ଡାଲ

ବାହାଘରରେ ୫୦୦ ଅତିଥିଙ୍କୁ ସରକାରଙ୍କ ଅନୁମତି

ଭୁବନେଶ୍ୱର: ମାର୍ଚ୍ଚ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । କରୋନାକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଏହି ଗାଇଡ୍‌ ଲାଇନ୍‌ରେ ସରକାର ଯାତ୍ରାଠୁ ନେଇ ବିବାହ, ବ୍ରତ ଏବଂ ଶୁଦ୍ଧିକ୍ରିୟା କାର୍ଯ୍ୟ ପାଇଁ ନିୟମରେ କୋହଳ କରିଛନ୍ତି। ବିଶେଷ କରି ଯାତ୍ରା ପାଇଁ କଟକଣା କୋହଳ କରିଛନ୍ତି ସରକାର। ଯାତ୍ରା, ଅପେରା ପାଇଁ ସର୍ବାଧିକ ୨ ହଜାର ଦର୍ଶକଙ୍କୁ ଅନୁମତି ପ୍ରଦାନ କରାଯାଇଛି। ବିବାହ ଓ ଶ୍ରାଦ୍ଧ କାମ ପାଇଁ ୫୦୦ ଲୋକଙ୍କୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ କୌଣସି କଟକଣା ନାହିଁ।

ସେପଟେ ଯାତ୍ରା, ମକ୍ତାକାଶ ଥିଏଟର ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ ।ତେବେ ଯାତ୍ରା, ଅପେରା ପାଇଁ ସର୍ବାଧିକ ୨ ହଜାର ଦର୍ଶକଙ୍କୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ହେଲେ କରୋନା ସଂପର୍କିତ ସମସ୍ତ ଗାଇଡ୍‌ଲାଇନ୍‌ ମାନି ଯାତ୍ରା ପରିବେଷଣ ହୋଇ ପାରିବ। ସାମାଜିକ ଦୂରତ୍ଵ, ମାସ୍କ ପରିଧାନ, ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ। ସିଟ୍ ମଧ୍ୟରେ ୬ ଫୁଟ୍‌ ଦୂରତା ରହିବ। ରୋଗାକ୍ରାନ୍ତଙ୍କୁ ଯାତ୍ରା ପାଇଁ ବାରଣ କରାଯାଇଛି। ଲକ୍ଷଣ ଥିବା ଦର୍ଶକଙ୍କୁ ଯାତ୍ରା ଦେଖିବାକୁ ଅନୁମତି ମିଳିବ ନାହିଁ ଗାଇଡ୍‌ଲାଇନ୍‌ରେ କୁହାଯାଇଛି।

ସେହିଭଳି ଅନଲାଇନ୍ ଟିକେଟ୍ ବ୍ୟବସ୍ଥା କରିବାକୁ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି। ଅଧିକରୁ ଅଧିକ ଟିକେଟ୍ କାଉଣ୍ଟର କରିବାକୁ ଆୟୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରାରେ କଟକଣା ଉଲ୍ଲଂଘନ କଲେ ଆୟୋଜକ ଦାୟୀ ରହିବେ ବୋଲି ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ ଭାବେ କୁହାଯାଇଛି।ସେପଟେ ବିବାହ ଓ ଅନ୍ତିମ ସଂସ୍କାରରେ ସର୍ବାଧିକ ୫ ଶହ ଜଣଙ୍କୁ ସାମିଲ କରିବାକୁ ଅନୁମତି । ଆବଶ୍ୟକ ପଡିଲେ ଅବରୋଧ ଅଞ୍ଚଳ ଘୋଷଣା ହୋଇପାରିବ । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ । ତେବେ ଏହି ସବୁ ନିୟମକୁ କଡାକଡି ପାଳନ କରିବାକୁ କୁହାଯାଇଛି ।