Odia News Portal

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, କନ୍ଧମାଳରୁ ଆସୁଥିଲା ଭୁବନେଶ୍ୱର

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ।  କନ୍ଧମାଳରୁ ଭୁବନେଶ୍ୱରକୁ ଆସୁଥିବା ବେଳେ ପିତାପଲ୍ଲୀରେ ମାଡ଼ିବସିଲା ଅବକାରୀ ବିଭାଗ ।  ଚଢ଼ଉରେ ଜଟଣୀ ଏକ୍ସାଇଜ୍ ଟିମକୁ ମିଳିଛି ବଡ଼ ସଫଳତା ।  ଆଜି ସକାଳ ପ୍ରାୟ ୭ଟା ସମୟରେ ପିତାପଲ୍ଲୀ ଫ୍ଲାଏଓଭର ନିକଟରେ ଚଢ଼ଉ କରି ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି ।  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରୁ ଏହି ଗଞ୍ଜେଇ ଭୁବନେଶ୍ୱରକୁ ଚାଲାଣ ହେଉଥିବା ବେଳେ କାବୁ କରିଥିଲା ଅବକାରୀ ଟିମ୍ ।  ମାମଲାରେ ଆଶୋକ କୁମାର ଦିଗାଲଙ୍କୁ ଗିରଫ କରାଯାଇଛି ।  ତାଙ୍କଠାରୁ ଗଞ୍ଜେଇ ସହ ଏକ ହୁଣ୍ଡାଇ କ୍ରେଟା କାର୍ ମଧ୍ୟ ଜବତ ହୋଇଛି ।  ଜଟଣୀ ଏକ୍ସାଇଜ୍ ଷ୍ଟେସନ୍ ଓଆଇସି ସୁଜିତ କୁମାର ମୁଦୁଳିଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା ।