Odia News Portal

ବିବାହିତର ପାପ କର୍ମ, ଏବେ ଜେଲରେ

ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବତୀ ୮ ମାସର ଗର୍ଭବତୀ

ଲକ୍ଷ୍ମୀପୁର :ପ୍ରଥମେ ପ୍ରେମ ପରେ ଦୈହିକ ସମ୍ପର୍କ ଓ ତାପରେ ଧୋକାର ଶିକାର ହୋଇ ଅନେକ ଯୁବତିଙ୍କ ଜିବନ ନଷ୍ଟ ହେବାରେ ଲାଗିଛି।ଏହାକୁ ନେଇ ଧୋକାବାଜ ପ୍ରେମିକ ମନରେ ଟିକେ ହେଲେ ଦୟା ନଥିବା ବେଳେ ଆଇନ କାନୁନ ପ୍ରତି ମଧ୍ୟ ତାଙ୍କର ଭୟ ଜାଗ୍ରତ ହେଉନି।

ଏହି ଭଳି ଏକ ବିସ୍ଵାସଘାତକ ପ୍ରେମିକର ଶିକାର ହୋଇଛନ୍ତି ଲକ୍ଷ୍ମୀପୁର ଥାନା ଚମ୍ପି ପଞ୍ଚାୟତ ସଦରର ଜଣେ ୧୯ ବର୍ଷିୟା ଯୁବତି।ଖାଲି ସେତିକି ନୁହେଁ ଧୋକାବାଜ ପ୍ରେମିକ ବିବାହିତ ଓ ତାର ୨ବର୍ଷର ଗୋଟିଏ ଝିଅଟି ମଧ୍ୟ ଥିବା ପୋଲିସ ସୁତ୍ରରୁ ଜଣାପଡିଛି।ତା ନାମ ଚିଙ୍ଗୁଡୁ ମୁଦୁଲି ଓ ଘର ଝଲାଗୁଡା ବୋଲି ଜଣାପଡିଛି।ଚମ୍ପି ଗ୍ରାମର ଜଣେ ୧୯ ବର୍ଷିୟା ଯୁବତିଙ୍କୁ ବିବାହର ପ୍ରତିସୃତି ଦେଇ ଝଲାଗୁଡା ଗ୍ରାମର ଜଣେ ଯୁବକ ଚିଙ୍ଗୁଡୁ ମୁଦୁଲି(୨୨) ଆଠ ମାସ ଧରି ଦୈହିକ ସମ୍ପର୍କ ରଖି ଆସୁଥିଲେ।ପରେ ଯୁବତି ଜଣକ ଆଠ ମାସ ଗର୍ଭବତି ଥିବା ଜାଣି ପାରି ଚିଙ୍ଗୁଡୁ ବିବାହ ହେବାକୁ ମନା କରିଦେଇଥିଲା।ଏନେଇ ମିଛ ପ୍ରତିଶ୍ରୁତି ଶିକାର ହୋଇଥିବା ଯୁବତି ଜଣକ ଲକ୍ଷ୍ମୀପୁର ଥାନାର ଦ୍ଵାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗକୁ ଭିତିକରି ଥାନା କେସ ନମ୍ବର ୪୯/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଲକ୍ଷ୍ମୀପୁର ପୋଲିସ ଗିରଫ୍ କରିଛି।ପରେ ଦୁଇଜଣଙ୍କର ଡାକ୍ତରି ମାଇନା କରା ଜାଇଥିବା ବେଳେ ଆଜି ଚିଙ୍ଗୁଡୁକୁ କୋର୍ଟ ଚାଲାଣ କରାଜାଇଛି ବୋଲି ଥାନା ଅଧିକାରି ଗୌରହରି ସାହୁ ପ୍ରକାଶ କରିଛନ୍ତି।