Odia News Portal

ଶାହାଙ୍କ ବଡ଼ ଘୋଷଣା

ଶ୍ରୀନଗର: ଜମ୍ମୁ ଓ କଶ୍ମୀର ଗସ୍ତର ଦ୍ବିତୀୟ ଦିନରେ ଅନେକ ବଡ଼ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଜମ୍ମୁ-କଶ୍ମୀରର ବିକାଶ ହେବ ଓ ଏହି ରାଜ୍ୟ ଦେଶକୁ ଆଗକୁ ବଢାଇବାରେ ସହାୟକ ହେବ ବୋଲି ଶାହ କହିଛନ୍ତି। ଶିକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ଜମ୍ମୁ-କଶ୍ମୀର ଏବେ ଅନ୍ୟ ରାଜ୍ୟ ସହ ପାଦ ମିଳାଇ ଚାଲିବ ବୋଲି କହିବା ସହ ଆଗାମୀ ୨ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରରେ ମେଟ୍ରୋ ସେବା ଆରମ୍ଭ ହେବ ବୋଲି ସେ କହିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଦୁଇ ବର୍ଷ ମଧ୍ୟରେ ଜମ୍ମୁ ସହର ଏବଂ ଶ୍ରୀନଗରରେ ମେଟ୍ରୋ ସେବା ଆରମ୍ଭ ହେବ । ଜମ୍ମୁ ବିମାନବନ୍ଦରର ସମ୍ପ୍ରସାରଣ କରାଯିବ ଏବଂ ଜମ୍ମୁ କଶ୍ମୀରର ପ୍ରତ୍ୟେକ ଜିଲ୍ଲାରେ ହେଲିକପ୍ଟର ସେବା ମଧ୍ୟ ଆରମ୍ଭ ହେବ। ଆଜି ଜମ୍ମୁର ଭଗବତୀନଗର ଅଞ୍ଚଳରେ ଏକ ରାଲିକୁ ସମ୍ବୋଧିତ କରୁଥିବା ବେଳେ ଅମିତ ଶାହା ଏହି ଘୋଷଣା କରିଛନ୍ତି।