Odia News Portal

ଭେଣ୍ଟିଲେଟରରେ ମିହିର ଦାସ ; ସଙ୍କଟାପନ୍ନ ରହିଛି ସ୍ୱାସ୍ଥ୍ୟବସ୍ଥା


କଟକ : ସିନେ ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତକାଲି ରାତିରେ ମେଡିକାଲରେ ଭର୍ତ୍ତି କରାଯାଇଛି । କଟକ ସ୍ଥିତ ଅଶ୍ୱନି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କୁ ଏବେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ବର୍ତ୍ତମାନ ମିହିରଙ୍କର ଏକାଧିକ ଅଙ୍ଗ ସଂକ୍ରମିତ ହୋଇଥିଵା ସୂଚନା ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଏବେ ଭେଣ୍ଟିଲେଟରରେ ଥିବାରୁ କିଛି ପୂର୍ବାନୁମାନ କରିବା କଷ୍ଟକର । ସୁସ୍ଥ ହେବା ପାଇଁ ସମସ୍ଥ ପ୍ରକାର ପ୍ରୟାସ ଜାରି ରହିଛି ।

ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ ।୧୯୬୬ ଫେବ୍ରୁଆରୀ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ ମିହିର । ସେ ପ୍ରାୟ ୧୫୦ଟିରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ‘ଲକ୍ଷ୍ମୀ ପ୍ରତିମା’, ‘ପୁଅ ମୋର ଭୋଳା ଶଙ୍କର’,‘ଟାର୍ଗେଟ୍’, ‘ଗୁଣ୍ଡା’, ‘ମାଇଁ ଲଭ୍ ଷ୍ଟୋରୀ’, ‘ପହିଲି ରାଜା’, ‘ଚୋରି ଚାରି ମନ ଚୋରି’, ‘ବାଜି’, ‘ଧଉଳି ଏକ୍ସପ୍ରେସ୍’ ଅନ୍ୟତମ । ଅଭିନୟ ପାଇଁ ଏକାଧିକ ପୁରସ୍କାର ପାଇଛନ୍ତି ସେ । ୧୯୯୯ରେ ‘ବିଧାତା’ ଓ ୨୦୦୫ରେ ‘ଫେରିଆ ମୋ’ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା । ତାଙ୍କୁ ଅସୁସ୍ଥତା ଖବର ପାଇଁ ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।