Odia News Portal

ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଏସ୍କର୍ଟ ଗାଡ଼ି ଦୁର୍ଘଟଣା ଗ୍ରସ୍ତ

ଗଜପତି: ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଏସ୍କର୍ଟ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନେଇ ଜଣାଯାଇଛି । ମନ୍ତ୍ରୀ ଭୁବନେଶ୍ୱରରୁ ଗଜପତି ମଧ୍ୟ ଦେଇ ରାୟଗଡା ଯିବାବେଳେ ଗଞ୍ଜାମ ଜିଲ୍ଲା ସୀମାନ୍ତ ତପ୍ତପାଣିରୁ ମନ୍ତ୍ରୀଙ୍କ ଗାଡିକୁ ସୁରକ୍ଷା ଦେଇଆଣୁଥିବା ପୋଲିସ ଏସ୍କର୍ଟ ଗାଡିଟି ଅଡବା ଥାନା ନଳାଘାଟ ଠାରେ ଜଣେ ବାଇକ ଆରୋହୀଙ୍କୁ ସୁରକ୍ଷା ଦେବାକୁ ଯାଇ ଭାରସାମ୍ୟ ହରାଇ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଜ଼ିଲ୍ଲା ରିଜର୍ଭ ପୋଲିସ ଫୋର୍ସର ଛଅ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ବିରିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆହତ ମାନଙ୍କ ଚିକିତ୍ସା ଜାରିରହିଛି । ଅନ୍ୟପଟେ ଅଡବା ପୋଲିସ ପକ୍ଷରୁ ଅନ୍ୟ ଏକ ଏସ୍କର୍ଟ ଗାଡି ମନ୍ତ୍ରୀଙ୍କୁ ନେଇ ଗଜପତି -ରାୟଗଡା ସୀମାନ୍ତରେ ଛାଡିଥିବା ଅଡବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।