Odia News Portal

ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

କନ୍ଧମାଳରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଘରେ ଶୋଇଥିବା ବେଳେ ନାବାଳିକାକୁ ଘରୁ ଉଠାଇ ନେଇ ଏକ ନିଛାଟିଆ ଜାଗାରେ ବନ୍ଦୀ କରି ରଖି ୩ ଦିନ ଧରି ଗଣଦୁଷ୍କର୍ମ ଅଭିଯୋଗ । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରେ ।ସୂଚନା ଅନୂସାରେ ଏହି ଅଞ୍ଚଳର ଜଣେ ନବମ ଶ୍ରେଶୀ ଛାତ୍ରୀ ତା ଭଉଣୀ ସହିତ ଘରେ ଶୋଇଥିବା ସମୟରେ ହଠାତ୍ କିଛି ଦୁବୃର୍ତ୍ତ ଆସି ଛାତ୍ରୀ ଜଣଙ୍କୁ ଘରୁ ଅପହରଣ କରି ନେଇଯାଇଥିଲେ ।
ଏହାପରେ ତାଙ୍କୁ ଗାଁ ପାଖ ଏକ ଜଙ୍ଗଲ ନିକଟରେ ରଖି ୩ ଦିନ ଧରି ଗଣଦୁଷ୍କର୍ମ କରିଥିଲେ । ନାବାଳିକା ନିଖୋଜ ହେବା ଘଟଣା ପୁରା ଗାଁରେ ପ୍ରଘଟ ହେବା ପରେ ଅଭିଯୁକ୍ତ ମାନେ ଭୟରେ ନାବାଳିକାକୁ ପୁଣି ଗାଁ ମୁଣ୍ଡରେ ଛାଡି ପଳାଇଥିଲେ । ପରେ ନାବାଳିକା ଜଣଙ୍କ ଗୁରୁତର ଅବସ୍ଥାରେ ଘରେ ପହଞ୍ଚି ପରିବାର ଲୋକଙ୍କ ଆଗରେ ସବୁ କଥା କହିଥିଲେ ଯାହାକୁ ନେଇ ପରିବାର ଲୋକ ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତ ମାନେ ଧରାପଡିନଥିବା ସୂଚନା ମିଳିଛ।